ବିଜେଡି ନେତା ଅରୁଣ ଓ ଅତନୁଙ୍କୁ ସିବିଆଇ ନୋଟିସ୍
ଭୁବନେଶ୍ୱର : ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ ପଠାଇଥିବା ଜାଣିବାକୁ ମିଳିଛି। ସି-ସୋର ସହ ଏମାନଙ୍କର କଣ ସମ୍ପର୍କ ଥିଲା ଓ ସି-ସୋର କିପରି ଏମାନଙ୍କ ଠାରୁ ଲାଭବାନ ହୋଇଥିଲା ତାହା ଜାଣିବା ପାଇଁ ସିବିଆଇ ଏହି ନୋଟିସ୍ କରିଥିବା ଏଏନ୍ଆଇ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନ କିଛିମାସ ବାକି ଥିବାବେଳେ ସିବିଆଇ ନୋଟିସ୍କୁ ନେଇ ରାଜନୀତି ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶଯୋଗ୍ୟ ଯେ ସି-ସୋର ସହ ରାଜନ÷ତିକ ଲିଙ୍କ ନେଇ ସିବିଆଇ ତଦନ୍ତ ଚଳାଇଛି। ତଦନ୍ତରୁ ଉପରୋକ୍ତ ନେତାଙ୍କ ଭୂମିକା ସନ୍ଦେହ ଘେରରେ ଥିବା ଜଣାପଡିଛି। ତେବେ ଏହି ଦୁଇ ନେତାଙ୍କୁ କେବେ ହାଜର ହେବାକୁ କୁହାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।