www.samajalive.in
Monday, December 8, 2025
13.1 C
Bhubaneswar

ବହୁଚର୍ଚ୍ଚିତ ପୁରୀ ପାରା ହତ୍ୟାକାଣ୍ଡ

ପିପିଲି : ପୁଲିସ ଏନ୍‍କାଉଣ୍ଟରରେ ଆହତ ହୋଇଥିବା ପୁରୀ ପାରା ହତ୍ୟାକାଣ୍ଡର ଅଭିଯୁକ୍ତ ଜିତେନ୍ଦ୍ର କୁମାର ସାହୁ ଓରଫ ଜିତୁକୁ ପିପିଲି ପୁଲିସ ମଙ୍ଗଳବାର କଡା ସୁରକ୍ଷା ମଧ୍ୟରେ ପିପିଲି କୋର୍ଟକୁ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ତାକୁ ୩ ଦିନ ପାଇଁ ରିମାଣ୍ଡରରେ ନେବାକୁ ପିପିଲି ପୁଲିସ ଅଦାଲତରେ ଆବେଦନ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଦାଦାବଟିକୁ କେନ୍ଦ୍ରକରି ଗତ ଡିସେମ୍ବର ୨୫ ତାରିଖରେ ପାରା ଓରଫ ସଞ୍ଜୟ ବେହେରାକୁ ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର୍‍ ହୋଇଯାଇଥିଲେ। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡେଙ୍ଗା ମୁନା ଗତ ୧୦ ତାରିଖରେ ଅନ୍ୟଏକ ପୁରୁଣା ୱାରେଣ୍ଟ ମାମଲାରେ ନିମାପଡା କୋର୍ଟରେ ଆତ୍ମସମର୍ପଣ କରିଥିଲା। ଅନ୍ୟତମ ଅଭିଯୁକ୍ତ ଜିତେନ୍ଦ୍ର ସାହୁ ଗତ ୧୧ ତାରିଖ ରାତିରେ ନୟାଗଡରୁ ଆସୁଥିବା ସମ୍ପର୍କରେ ଖବର ପାଇ କୁମ୍ଭାରପଡା ଥାନା ଆଇଆଇସି ଅଭିମନ୍ୟୁ ନାୟକ, ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଥିଲେ। ୧୨ ତାରିଖ ଭୋର ୫ଟା ସମୟରେ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକ ନିକଟରେ ଜିତେନ୍ଦ୍ର ଏକ ବାଇକ୍‍ରେ ଆସୁଥିବା ବେଳେ ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ପାଖରେ ରଖିଥିବା ପିସ୍ତଲ ଦ୍ୱାରା ସେ ପୁଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସୌଭାଗ୍ୟବସତଃ ସେଥିରେ କେହି ଆହତ ହୋଇନଥିଲେ। ପରେ ପୁଲିସ ତା’ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଗୋଟିଏ ଗୁଳି ତା’ ଡାହାଣ ଗୋଡ ଆଣ୍ଠୁରେ ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲ ଓ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଉଥିଲା। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିଲା। ଆହତ ଜିତେନ୍ଦ୍ର ସୁସ୍ଥ ହେବା ପରେ ମଙ୍ଗଳବାର ପୁଲିସ ତାକୁ କୋର୍ଟ ଚାଲାଣ କରିଥିଲା। ଏନ୍‍କାଉଣ୍ଟର ପରେ ତାଠାରୁ ପୁଲିସ ଏକ ୭.୬ଏମ୍‍ଏମ୍‍ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋକା ଓ ଏକ ବାଇକକୁ ଜବତ କରିଥିଲା।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories