ଭୋଡାଫୋନ ଲଞ୍ଚ କଲା ଶସ୍ତା ପ୍ଳାନ, ପ୍ରତିଦିନ ମିଳିବ ୧.୬ଜିବି ଡାଟା
ନୂଆଦିଲ୍ଲୀ : ଭାରତୀୟ ଟେଲିକମ କମ୍ପାନୀ ଭୋଡାଫୋନ ଦୁଇଟି ନୂଆ ପ୍ରି-ପେଡ ପ୍ଳାନ ଲଞ୍ଚ କରିଛି। ଯେଉଁଥିରୁ ଗୋଟିଏ ୨୦୯ଟଙ୍କା ଏବଂ ୪୭୯ଟଙ୍କାର ପ୍ଳାନ ରହିଛି। ଏହି ଦୁଇଟି ପ୍ଳାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୬ଜିବି ଡାଟା ମିଳିବ। ଯାହାର ବୈଧତା ୪୮ଦିନ।
ତେବେ ଆସନ୍ତୁ ଏହି ପ୍ଳାନ ବିଷୟରେ ଅଧିକ କିଛି ଜାଣିବା –
ଭୋଡାଫୋନର ୨୦୯ଟଙ୍କାର ପ୍ଳାନ ବିଷୟରେ କହିଲେ ଏଥିରେ ପ୍ରତିଦିନ ୧.୬ଜିବି ଡାଟା ମିଳିବ। ଏହାବ୍ୟତୀତ ଏହି ପ୍ଳାନରେ ପ୍ରତିଦିନ ଆପଣଙ୍କୁ ୧୦୦ମେସେଜ ଏବଂ ସମସ୍ଥ ନେଟୱର୍କ ଉପରେ ଅନଲିମିଟେଡ କଲିଙ୍ଗ ପାଇପାରିବେ। ଯାହାର ବୈଧତା ୨୮ ଦିନ।
ଭୋଡାଫୋନର ୪୭୯ଟଙ୍କାର ପ୍ଳାନ
ଏହି ପ୍ଳାନରେ ମଧ୍ୟ ପ୍ରତିଦିନ ୧.୬ଜିବି ଡାଟା ମିଳିବାସହିତ ଅନଲିମିଟେଡ କଲିଙ୍ଗର ସୁବିଧା ମିଳିବ। ଏହାବ୍ୟତୀତ ଆପଣଙ୍କୁ ଭୋଡାଫୋନ ଆପର-ଫ୍ରି ସବ୍ସକ୍ରିସନ ମିଳିବ। ଯାହାର ବୈଧତା ୮୪ଦିନ। ଭୋଡାଫୋନର ଏହି ପ୍ଳାନର ଟକ୍କର ଜିଓର ୪୪୮ଟଙ୍କାର ପ୍ଳାନ ସହିତ ହେବ। ଯାହା ୮୪ଦିନର ବୈଧତା ସହିତ ପ୍ରତିଦିନ ୨ଜିବି ଡାଟା ଦେଉଛି। ଭୋଡାଫୋନ ନିକଟରେ ୧୪୯୯ଟଙ୍କାର ପ୍ଳାନ ଲଞ୍ଚ କରିଥିଲା। ଯାହାର ବୈଧତା ୩୬୫ଦିନ। ଏହି ପ୍ଳାନରେ ପ୍ରତିଦିନ ୧ଜିବି ଡାଟା ସହିତ ୧୦୦ମେସେଜ କରିବାର ସୁବିଧା ରହିଛି।