ହାଇଦ୍ରାବାଦ..- ତେଲେଙ୍ଗାନାର ସୂର୍ୟାପେଟ ଜିଲ୍ଲାର ଜାଗିରେଡିଗୁଡେମରେ ଅନୁଷ୍ଠିତ ହୋଇଥିବା ଓ୍ୱାର୍ଡମେମ୍ବର ନିର୍ବାଚନରେ ପତ୍ନୀ ହାରିଯିବା ପରେ ତାଙ୍କ ପତି ମତଦାତାଙ୍କ ନିକଟକୁ ଯାଇ ସେମାନେ ଭୋଟ୍ ଦେବାପାଇଁ ନେଇଥିବା ଟଙ୍କା ଫେରାଇବା ପାଇଁ ଦାବି କରିଛନ୍ତି । ଟାଇମସ୍ନାଓର ଖବର ଅନୁସାରେ ୯ ନମ୍ବର ଓ୍ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ବିଦ୍ରୋହୀ ନେତା ପ୍ରଭାକରଙ୍କର ପତ୍ନୀ ଉପୁ ହାଇମାବତୀ ନିର୍ବାଚନ ଲଢିଥିଲା । ମାତ୍ର ମତଗଣନା ପରେ ତାଙ୍କୁ ମାତ୍ର ୨୪ଟି ଭୋଟ୍ ମିଳିଥିବା ଜଣା ପଡିଥିଲା ।
ଏହାପରେ ପ୍ରଭାକର ଓ୍ୱାର୍ଡକୁ ଯାଇ ମତାଦାତାମାନଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ । ଏକ ଭିଡିଓରେ ସେ ଭୋଟରମାନଙ୍କୁ ପ୍ରଥମେ ଟଙ୍କା ଫେରାଇବା ପାଇଁ କହୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମତଦାତାମାନଙ୍କୁ ପ୍ରତି ଭୋଟ୍ ପାଇଁ ୫୦୦ରୁ ୭୦୦ ଟଙ୍କା ଦିଆଯାଇଥିଲା । ଟଙ୍କା ନେବା ପରେ ବି ସେମାନେ ଭୋଟ୍ ଦେଇ ନଥିବା ଅଭିଯୋଗ ହୋଇଛି । ପରେ ମତଦାତାମାନେ ଏକାଠି ହୋଇ ତାଙ୍କୁ ସେଠାରୁ ଭଗାଇ ଦେଇଥିଲେ ।



