www.samajalive.in
Saturday, December 13, 2025
26.1 C
Bhubaneswar

ସୁନା କିଣିବାରେ ଭାରତ ବିଶ୍ବରେ ଦ୍ବିତୀୟ, ନଭେମ୍ବରରେ ୮ ଟନ୍ ସୁନା କିଣିଛି ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କର ସୁନା ପ୍ରତି ବିଶେଷ ଆକର୍ଷଣ ଥିବାବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କିଣିବାକୁ ପ୍ରାଧାନ୍ୟ ଦେଉଛି । ଏଥିସହ ବିଶ୍ବରେ ଭୂ-ରାଜନୈତିକ ଉତ୍ତେଜନା ମଧ୍ଯରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟ ବ୍ୟାଙ୍କ ମଧ୍ୟ ଧ୍ଯ ଅଧୂକ କ ପରିମାଣରେ ସୁନା କିଣୁଛନ୍ତି । ୧୦୨୪ ନଭେମ୍ବରରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୋଟ ୫୩ ଟନ୍ ସୁନା କିଣିଥିବାବେଳେ ଭାରତ ଏକାକୀ ୮ ଟନ୍ ସୁନା କିଣିଛି। ବିଶ୍ବ ଆର୍ଥିକ ଅନିଶ୍ଚିତତା ସହ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶର କେନ୍ଦ୍ର ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏକ ସ୍ଥିର ତଥା ସୁରକ୍ଷିତ ସମ୍ପତ୍ତି ହାସଲ କରିବାକୁ ସୁନା କିଣୁଛନ୍ତି। ବିଶ୍ବ ସୁନା ପରିଷଦର ସୂଚନାରୁ ଏହା ଜଣାପଡ଼ିଛି।
ବିଶ୍ୱ ସୁନା ପରିଷଦର ‘କେନ୍ଦ୍ରୀୟ ବ୍ୟାଙ୍କ ସୁନା ପରିସଂଖ୍ୟାନ ନଭେମ୍ବର-୨୦୨୪’ ରିପୋର୍ଟ ଅନୁଯାୟୀ, ୨୦୨୪ ଶେଷ ଭାଗରେ ବିଶ୍ବର ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣିବାକୁ ପ୍ରାଧାନ୍ୟ ଦେଇଥିଲେ। ନ‌ଭେମ୍ବରରେ ସର୍ବାଧ‌ିକ ପରିମାଣରେ ସୁନା କିଣାଯାଇଛି । ବିଭିନ୍ନ 6 ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନ‌ଭେମ୍ବରରେ ମୋଟ ୫୩ ଟନ୍ ସୁନା କି କିଣିଥିଲେ। ଆମେରିକା ନିର୍ବାଚନ ପରେ ସୁନା ଦର ହ୍ରାସ ହୋଇଥିଲା। ତେଣୁ ଏହା ହୁଏତ କେତେକ କେନ୍ଦ୍ରୀୟ ବ୍ୟାଙ୍କକୁ ନଭେମ୍ବରରେ ସୁନା କ୍ରୟ ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି। ଆର୍‌ବିଆଇ ମଧ୍ୟ ନଭେମ୍ବରରେ ୮ ଟନ୍ ସୁନା କିଣି କିଣିବା ପରେ ଦେଶର ମୋଟ ସୁନା ଭଣ୍ଡାର ୮୭୬ ଟନ୍‌କୁ ବୃଦ୍ଧି ପାଇଛି । ୨୦୨୪ରେ ଆର୍‌ବିଆଇ ୭୩ ଟନ୍ ସୁନା କିଣିଛି। ବିଶ୍ବରେ ସର୍ବାଧୂକ ପରିମାଣର ସୁନା କିଣିବାରେ ପୋଲ ପାଲାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ପୋଲାଣ୍ଡ ନଭେମ୍ବରରେ ସର୍ବାଧିକ ୨୧ ଟନ୍ ସୁନା କିଣିଛି । ୨୦୨୪ରେ ପୋଲାଣ୍ଡ ମୋଟ ୯୦ ଟନ୍ ସୁନା କିଣିଥିବାବେଳେ ଏହାର ଭଣ୍ଡାରରେ ମୋଟ ୪୪୮ ଟନ୍ ସୁନା ଗଚ୍ଛିତ ରହିଛି। ସେହିପରି ତୃତୀୟ ସ୍ଥାନରେ ଥିବା ଉଗ୍‌ବେକିସ୍ତାନ ଭଣ୍ଡାରରେ ୩୮୨ ଟନ୍ ସୁନା ମହଜୁଦ ଥିବାବେଳେ ପଞ୍ଚମରେ ଥିବା କାଜାକସ୍ତାନ ଭଣ୍ଡାରରେ ୨୯୫ ଟନ୍‌ ସୁନା ରହିଛି। ୬ ମାସର ବ୍ୟବଧାନ ପରେ ଚୀନ୍ ନଭେମ୍ବରରେ ୫ଟନ୍‌ ସୁନା କିଣିଥିବାବେଳେ ଏହାର ଭଣ୍ଡାରେ ୨,୨୬୪ ଟନ୍ ସୁନା ଗଚ୍ଛିତ ରହିଛି। ଅନ୍ୟପକ୍ଷରେ ସିଙ୍ଗାପୁର ସରକାର ନଭେମ୍ବରରେ ସର୍ବାଧିକ ୫ ଟନ୍‌ ସୁନା ବିକ୍ରି କରିଛନ୍ତି । ୨୦୨୪ରେ ସିଙ୍ଗାପୁର ୭ ଟନ୍‌ ସୁନା ବିକ୍ରି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories