www.samajalive.in
Monday, December 8, 2025
13.1 C
Bhubaneswar

ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ଟ୍ରାଫିକ୍ କଟକଣା

ଡେସ୍କ: ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତାକାଲି (ଜାନୁଆରୀ ୮)ରେ ଭୁବନେଶ୍ୱରରେ ଆରମ୍ଭ ହେବ। ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାରୋହ ନିମନ୍ତେ ଭୁବନେଶ୍ଵରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଏହି ସମୟ ମଧ୍ୟରେ ଓଡ଼ିଶା ଗସ୍ତରେ ଆସୁଥିବାରୁ କମିଶନରେ ପୁଲିସ ପକ୍ଷରୁ କଟକଣା ଗୁଡ଼ିକ ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ଯାନବାହାନ ଘୋଷିତ ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସିପାରିବେ ନାହିଁ।

- Advertisement -

ଆସନ୍ତାକାଲି (ଜାନୁଆରୀ ୮) ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ।

ଜାନୁଆରୀ ୯ ତାରିଖ ଗୁରୁବାର ଦିନ ସକାଳ ୯.୩୦ମିନିଟରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବି.ଏନ୍. ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ-ନାଲକୋ ଛକ ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ – ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବି.ଏନ୍. ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ – ଏୟାରପୋର୍ଟ ଛକରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୨୦ମିନିଟରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ – ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ – ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ।

ପ୍ରବାସୀ ଭାରତୀୟ ଦିବସ ସମାରୋହର ଅନ୍ତିମ ଦିବସ ଜାନୁଆରୀ ୧୦ ତାରିଖରେ ସକାଳ ୧୧.୨୦ ମିନିଟରୁ ୧୧.୫୦ ମିନିଟ୍ ପର୍ଯ୍ୟନ୍ତ ରାଜଭବନ ଛକରୁ ପାୱାର ହାଉସ ଛକ – ୧୨୦ ବି.ଏନ୍. ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ – ନାଲକୋ ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୫୦ ମିନିଟରୁ ସନ୍ଧ୍ୟା ୫.୨୫ ମିନିଟ୍ ପର୍ଯ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ – ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବି.ଏନ୍. ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ – ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories