କଲମପୁର: ମଙ୍ଗଳବାର ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ଉଭୟ ବାମ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବିଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ବାମ ଏବଂ ଡାହାଣ ମୁଖ୍ୟ କେନାଲ ମାଧ୍ୟମରେ ଜୟପାଟଣା ବ୍ଲକର ୫୬ ଗୋଟି ଗ୍ରାମର ୧୩,୭୮୫.୩୪ ହେକ୍ଟର ଚାଷ ଜମିକୁ ଜଳ ସେଚନ କରାଯିବ। କଲମପୁର ବ୍ଲକର ୪୮ ଖଣ୍ଡ ୮,୮୪୪.୨୧ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଜୁନାଗଡ ବ୍ଲକର ୧୩୬ ଗ୍ରାମର ୨. ୭୨୮.୪୫ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବାର ଧାର୍ଯ୍ୟ କରାଯାଇଛି। ବାମମୁଖ୍ୟ କେନାଲରୁ କୋକସରା ବ୍ଲକର ୧୦ ଗୋଟି ରାଜସ୍ୱ ଗ୍ରାମର ୨,୧୧୦.୬୨ ଏବଂ ଧର୍ମଗଡ ବ୍ଲକର ୪୬ ଗୋଟି ରାଜସ୍ୱ ଗ୍ରାମର ୬,୯୦୫.୮୭ ହେକ୍ଟର ଚାଷ ଜମିକୁ ସର୍ବମୋଟ ୫୩,୩୭୪ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବାର ଧାର୍ଯ୍ୟ କରାଯାଇଛି।
ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ଇଂ ତୃପ ରଞ୍ଜନ ପାତ୍ର ଏବଂ ଦକ୍ଷିଣ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜ କୁମାର ବେହେରା, ଇଂ ରଘୁନାଥ ମୁଣ୍ଡା, ଇଂ ପରମାନ୍ଦ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହାପରେ ଜଳ ସେଚନ ଆରମ୍ଭ କରାଯାଇଛି। ବାମ ମୁଖ୍ୟ କେନାଲରେ ୫ କ୍ୟୁମେକ୍ସ ପାଣି ନିଷ୍କାସନ କରାଯାଉଥିବା ବେଳେ ଦକ୍ଷିଣ ମୁଖ୍ୟ କେନାଲରେ ୩ କ୍ୟୁମେକ୍ସ ପାଣି ନିଷ୍କାସନ କରାଯାଇଛି। ପର୍ଯ୍ୟାୟ କ୍ରମେ ଏହା ବୃଦ୍ଧି କରାଯିବା ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି ।
ଜାନୁଆରୀ ୧୦ ଏକାଦଶୀରେ ଅତ୍ୟନ୍ତ ଶୁଭ ଯୋଗ ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..
ଦେଶରେ ବୃଦ୍ଧି ପାଉଛି ଏଚ୍ଏମ୍ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮



