www.samajalive.in
Sunday, December 14, 2025
15.1 C
Bhubaneswar

ଜୟପୁରରେ ହେବ ଓପିଏସସିର ନୂଆ ପରୀକ୍ଷା ଜୋନ

ଭୁବନେଶ୍ୱର: ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ ହେବ ବୋଲି ଘୋଷଣା କରାଯାଇଛି। ଓପିଏସସିର ଲିଖିତ ପରୀକ୍ଷା ପାଇଁ ଜୟପୁରରେ ନୂଆ ପରୀକ୍ଷା ଜୋନ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଆଜି ଜୟପୁରରେ ନୂଆ ପରୀକ୍ଷା ଜୋନ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଓପିଏସସିର ୫ଟି ପରୀକ୍ଷା ଜୋନ ରହିଛି। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଓପିଏସସି ପରୀକ୍ଷା ଜୋନ ରହିଛି। ଏଥିରେ ଏବେ ଜୟପୁର ସାମିଲ ହୋଇଛି।

- Advertisement -

ଜୟପୁରରେ ଓପିଏସସିର ଏକ ପରୀକ୍ଷା ଜୋନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ଦକ୍ଷିଣ ଓଡ଼ିଶା ପାଇଁ ଜୟପୁରଠାରେ ଓପିଏସସିର ପରୀକ୍ଷା ଜୋନ କରିବାକୁ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆଜି ଓପିଏସସି ପକ୍ଷରୁ ଜୟପୁରଠାରେ ନୂଆ ପରୀକ୍ଷା ଜୋନ କରାଯିବା ନେଇ ଘୋଷଣା ହୋଇଥିବା ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories