www.samajalive.in
Monday, December 15, 2025
27.1 C
Bhubaneswar

ବିଜେଡି ଆନ୍ଦୋଳନ ସ୍ଥଳରେ ନବୀନ, କହିଲେ- ଏମଏମ ସରକାର ମହଙ୍ଗା ମାଡ଼ ସରକାର

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଦରଦାମ ବୃଦ୍ଧି ପ୍ରତିବାଦରେ ସୋମବାର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ଭୁବନେଶ୍ଵରରେ ହଜାର ହଜାର ବିଜେଡି କର୍ମୀ ଏକତ୍ର ହୋଇ ଦରଦାମ ବୃଦ୍ଧିକୁ ବିରୋଧ କରିବା ସହିତ ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି। ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଆନ୍ଦୋଳନସ୍ଥଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତି। ଖୋଦ ନବୀନ ଏହି ବିକ୍ଷୋଭ ସମାବେଶ ସ୍ଥଳରେ ପହଞ୍ଚି କର୍ମୀଙ୍କୁ ମନୋବଳ ବଢ଼ାଇଛନ୍ତି। ସମାବେଶ ସ୍ଥଳରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ସମାବେଶରେ ସାମିଲ ହେବା ଲାଗି ବିଭିନ୍ନ ଜିଲାରୁ ବିଜେଡି କର୍ମୀମାନେ ଆସି ଲୋୟରପିଏମଜିଠାରେ ପହଞ୍ଚିଥିଲେ। ମାଷ୍ଟରକ୍ୟାଣ୍ଟିନଠାରୁ ଲୋୟର ପିଏମଜି ରାସ୍ତା ଲୋକାରଣ୍ୟ ହୋଇପଡ଼ିଥିଲା। ନବୀନ କହିଥିଲେ ଯେ, ବିଜେପି ସରକାର ଆସିବା ପରେ ଦରଦାମ ବଢ଼ିବାରେ ଲାଗିଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଗଲାଣି। ଏମଏମ(ମୋହନ ମାଝୀ) ସରକାର ମହଙ୍ଗା ମାଡ଼ ସରକାର ବୋଲି ନବୀନ କହିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories