www.samajalive.in
Sunday, December 14, 2025
19.1 C
Bhubaneswar

କନ୍ଧମାଳର ବିଭିନ୍ନ ରୁଟ୍‌ରେ ବସ୍ ଚଳାଚଳ ପାଇଁ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଆଞ୍ଚଳିକ ସଡ଼କ ପରିବହନ ବିଭାଗର ଉନ୍ନତିକରଣ ଓ ବିଭାଗର ପୁନରୁଦ୍ଧାର ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ରାଜ୍ୟ ବାଣିଜ୍ୟ ଓ ସଡ଼କ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡ଼ାଙ୍କ ସହ ପ୍ରମୋଦ କୁମାର ସାହୁ, ସତ୍ୟନାରାୟଣ ମହାନ୍ତି, ବଂଶୀଧର ପଣ୍ଡା, ଅମୀୟ ଦାସ, ରାଜୁ ପାଢୀ ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାରେ ଆଞ୍ଚଳିକ ସଡକ ପରିବହନ ବିଭାଗର ଅବ୍ୟବସ୍ଥା ଓ ଅନିୟମିତତା ସମ୍ପର୍କରେ ଅବଗତ କରାଇଛନ୍ତି। କନ୍ଧମାଳବାସୀଙ୍କ ଦୀର୍ଘ ଦିନର ଦାବି ମଧ୍ୟରେ ଫୁଲବାଣୀରୁ ବିଶାଖାପାଟଣା, ରାୟପୁର, ସମ୍ବଲପୁର ଏବଂ ଜଗନ୍ନାଥ ସଡ଼କ ପ୍ରକଳ୍ପରେ ପୁରୀକୁ ଦୁଇଟି ଲେଖାଏଁ ବାତାନୁକୁଳିତ ବସ୍‌ ଚଳାଚଳ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। ଫୁଲବାଣୀରୁ କେଉଁଝରକୁ ବନ୍ଦ ହୋଇଥିବା ବସ୍ ମା’ ତାରିଣୀ ପୀଠ ପର୍ଯ୍ୟନ୍ତ ଚଳାଇବାକୁ ମନ୍ତ୍ରୀ ସମ୍ମତି ଦେଇଛନ୍ତି। କନ୍ଧମାଳ ଜିଲ୍ଲାର ବିଭିନ୍ନ ରୁଟ୍‌ରେ ବନ୍ଦ ଥିବା ଯଥା ଫୁଲବାଣୀରୁ ଗଦାପୁର, ଶ୍ରୀରାମପୁର, ବେଲଘର, ଖମଣଖୋଲ ଇତ୍ୟାଦିକୁ ଗାଡ଼ି ଚଳାଇବାକୁ ଆଲୋଚନା ହୋଇଛି। ଅଭିଜ୍ଞ ଅଧିକାରୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ରୁଟରେ ଯାତ୍ରୀଙ୍କ ସଂଖ୍ୟା ସମୀକ୍ଷା କରି ଅଧିକ ବସ୍ ଚଳାଚଳ କରିବାକୁ ମନ୍ତ୍ରୀଙ୍କୁ ସୂଚିତ କରାଯାଇଛି।

ଏହା ବ୍ୟତୀତ ମାଲକନଗିରିରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ନୂଆ କରିଡରରେ ରାୟଗଡ଼ା ଦେଇ ବାଲିଗୁଡା ଫୁଲବାଣୀକୁ ସଂଯୋଗ କରିବାକୁ ମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରାଯାଇଛି। ଅବ୍ୟବସ୍ଥାରେ ଥିବା ଲକ୍ଷ୍ମୀବସ୍ ସେବାର ସମୀକ୍ଷା କରି କେବଳ ବ୍ଲକ ମଧ୍ୟରେ ସୀମୀତ ନ କରି ଦୀର୍ଘ ରୁଟ୍‌ରେ ବସ୍ ଯିବାର ବନ୍ଦୋବସ୍ତ କଲେ କ୍ଷତି ଭରଣା ହୋଇପାରିବ ବୋଲି କୁହାଯାଇଛି। ନଚେତ କିଛିଦିନ କ୍ଷତିରେ ଚାଲିବା ପରେ ଏହି ବସ୍ ସେବା ବନ୍ଦ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। କନ୍ଧମାଳ ଜିଲାରେ ଓଡ଼ିଶା ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗରେ ପରିଚାଳକ ନଥିବାରୁ ଜଣେ ଅଭିଜ୍ଞ, ସଚ୍ଚୋଟ ମ୍ୟାନେଜରଙ୍କୁ ନିଯୁକ୍ତି ଦେବା ଓ ଦୁଇଜଣ ଫୋରମ୍ୟାନ ନିଯୁକ୍ତି ଦେବା ଓ ଉଭୟ ଲକ୍ଷ୍ମୀବସ ଓ ସଡକ ପରିବହନ ବିଭାଗ ରୁଟରେ ଦୈନିକ ଆଦାୟ ଅର୍ଥ ବାଟମାରଣା ରୋକିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆଡେଣୀଗଡ଼ରୁ ଫୁଲବାଣୀ ଭାୟା ଖଜୁରିପଡା ରେଳପଥ(ମାତ୍ର୪୦କିମି) ନିର୍ମାଣ ପାଇଁ ପରିବହନ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଜଗନ୍ନାଥ ମନ୍ଦିରଠାରେ ଥିବା କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ବିଭୂତି ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories