www.samajalive.in
Sunday, December 14, 2025
26.1 C
Bhubaneswar

କୁଖ୍ୟାତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ ରହିଛି ସଙ୍ଗୀନ ମାମଲା

ତିଗିରିଆ : ଫିଲ୍ମ ଷ୍ଟାଇଲରେ କ୍ଷେତ ମଧ୍ୟରୁ ଗୋଡେଇ ଗୋଡେଇ କୁଖ୍ୟାତ ଅପରାଧିକୁ ଧରିଲା ପୋଲିସ୍ । ଅଭିଯୁକ୍ତଙ୍କ ନାଁରେ ଗୋ ଚାଲାଣ ସହ ଗଞ୍ଜେଇ କାରବାର ନେଇ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁର ସଫିକ ଖାଁ । ସୁଚନା ଥାଉ କି ଚୋରା ଗଞ୍ଜେଇ କାରବାରର ସୂଚନା ପାଇ ଚଢାଉ ପାଇଁ ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ସ୍କ୍ୱାର୍ଡକୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାରେ ଥିଲା ମୁଖ୍ୟ ଅଭିଯୁକ୍ତ। କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ତିଗିରିଆ ଥାନା ଏବଂ ସ୍ବତନ୍ତ୍ର ଭାବେ ଗଠନ ହୋଇଥିବା ଏକ ସ୍ଵତନ୍ତ୍ର ଦଳ ତିଗିରିଆ କୋର୍ଟ ସାମ୍ନା କ୍ଷେତରେ ଲୁଚିଥିବା ସମୟରେ ଚଢାଉ କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ଗତ ୧୮ ତାରିଖ ଦିନ ଗଞ୍ଜେଇ କାରବାରର ଖବର ପାଇ ପୋଲିସର ଏକ ସ୍ଵତନ୍ତ୍ର ଦଳ ନୂଆପାଟଣା ଡାକଘର ପଛପଟରେ ଥିବା ଦୁଇ ମହଲା ଘରେ ଚଡାଉ କରୁଥିବା ସମୟରେ ଉକ୍ତ ଘରେ ଥିବା ଥିବା ଚୋରା ଚାଲାଣ କାରୀ ଦଲାଲମାନେ ପୁଲିସ କୁ ଆକ୍ରମଣ କରିବା ସହିତ ଏହି ଆକ୍ରମଣାତ୍ମକ ଆଚରଣରେ ଉଭୟ ପୁଲିସ୍ ଓ ମାଫିଆ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଏହି ସମୟରେ କେତେକ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୂର୍ବରୁ ପୁଲିସ୍ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ସଫିକ୍ ଖାଁ ଗିରଫ କରିଛି ପୁଲିସ୍ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories