www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତାରେ ଜଳିଗଲା କାର

ବାଲିଆପାଳ: ବାଲିଆପାଳ-ବସ୍ତା ପୂର୍ତ୍ତବିଭାଗ ରାସ୍ତାର ରେମୁ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଗୋଟିଏ କାର ଜଳିପୋଡି ନଷ୍ଟ ହୋଇଯାଇଛି।  ତେବେ ଗାଡିରେ ଚାଳକ ସମେତ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଖପରାପଦାର ଜୈନିକ ଯୁବକ ନିଜ କାରରେ ଘରକୁ ଫେରୁଥିବା ବେଳେ ରେମୁ ଛକ ନିକଟରେ ଏକ ବାଇକକୁ ଧକ୍କାଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ  ଛକଠାରୁ କିଛି ଦୂରରେ ରାସ୍ତାକଡରେ ଥିବା ଏକ ଖାଲରେ ପଡ଼ିଯାଇଥିଲା। ଏହା ପରେ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିଲା। ଗାଡି ଚାଳକ ସମେତ ଗାଡିରେ ଥିବା ଅନ୍ୟମାନେ ଗାଡି ଛାଡି ପଳାଇଯାଇଥିଲେ। ତେବେ ଗାଡିଟି ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories