www.samajalive.in
Sunday, December 14, 2025
23.1 C
Bhubaneswar

ନିଗମ ଶିକ୍ଷାକେନ୍ଦ୍ରର ଏକାଦଶତମ ବାର୍ଷିକ ମହୋତ୍ସବ

ଧାମରା: ଧାମରା ନିକଟସ୍ଥ ଶଶିକାଦେଇପୁର ଠାରେ ଥିବା ନିଗମ ଶିକ୍ଷାକେନ୍ଦ୍ରରେ ୧୧ତମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହୋଇଥିବା ସଭାରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ପରମେଶ୍ୱର ଦୁଆରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରେବତୀକାନ୍ତ ବେହେରା, ମୁଖ୍ୟବକ୍ତା ଭାବେ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶ୍ରୀଧର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଯତୀନ୍ଦ୍ରନାଥ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟମଣୀ ବାରିକ, ଛେନାଖିଆ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରାଉତ, ସିଦ୍ଧେଶ୍ବର ଦୁଆରୀ, ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସାଧନ କୁମାର ଦାସ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେବାସହ ଶୃଙ୍ଖଳିତ ହେବା ଜୀବନରେ ଜରୁରୀ ବୋଲି କହିଥିଲେ। ଜୀବନରେ ଭଳ ମଣିଷ ଭଳି ମଣିଷ ହୋଇ ପାରିଲେ ସମସ୍ତ ଗୁରୁଜୀ, ଗୁରମା ଏବଂ ସମାଜ ପ୍ରତି ଏହାହିଁ ସର୍ବଶ୍ରେଷ୍ଠ ଅବଦାନ ବୋଲି ମୁଖ୍ୟବକ୍ତା ନିଜର ବକ୍ତବ୍ୟ ରଖିଥିଲେ। ଆଜି ର ଏହି ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା କ୍ରୀଡା କ୍ଷେତ୍ରରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଶେଷରେ ଶିକ୍ଷକ ହିରନ୍ମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜୟନ୍ତ ଗୁରୁଜୀ, ବୁବୁ ଗୁରୁଜୀ, ଯୀତେନ୍ଦ୍ର ଗୁରୁଜୀ, ଅମୀୟ ଗୁରୁଜୀ, ରିତୁପମା, ଚିନ୍ମୟୀ, ଅର୍ପିତା, ମୀନତି, ଲିନା, ଅଲିଭା ଗୁରୁଜୀ ଏବଂ ଅଜୟ ମାଝୀ ପ୍ରମୁଖ ସଭାକୁ ପରିଚାଳନା ଏବଂ ସହଯୋଗ କରିଥିଲେ।

 

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories