ଫୁଲବାଣୀ: ଡ଼ିମିରିଗୁଡା ପଞ୍ଚାୟତର ଉର୍ନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ, ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ ଶିକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଛି। ପିରାମଲ ଫାଉଣ୍ଡେସନ ତରଫରୁ ଏହି ରାଲି ଅନୁଷ୍ଠିତ ହୋଇଥିବା ବେଳେ ଏହାର ନେତୃତ୍ୱ ପିରାମଲ ଫାଉଣ୍ଡେସନର ସାଗର ବୁରାଡେ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନଞ୍ଜୟ ଦିଗାଲଙ୍କ ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଚେତନତା ରାଲିର ଉଦ୍ଦେଶ୍ୟ ଛାତ୍ର ଛାତ୍ରୀ ମାନେ ସ୍କୁଲ ଛାଡିବାର ସମସ୍ୟା (ଡ୍ରପ ଆଉଟ) ହ୍ରାସ କରିବା ଏବଂ ଝିଅ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରୁ ଏକ ସଚେତନତା ରାଲିରେ ବାହାରି ଗାଁ ପରିକ୍ରମା କରିଥିଲେ।
Popular Categories



