କେନ୍ଦୁଝରଗଡ: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପନୀ ସମାରୋହରେ କେନ୍ଦୁଝର କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଇଂ ସୁକେସ୍ମିତା ନାଏକ ଜଳ ସେଚନ ବିଭାଗର ଶ୍ରେଷ୍ଠ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଖେଳ ପଡିଆଠାରେ ଆୟୋଜିତ ସମାରୋହରେ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ ଡ.ଚନ୍ଦଶେଖର ପାଢ଼ୀ, ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ( ପ୍ରୋକ୍ୟୁରମେଣ୍ଟ) ବିଜୟ କୁମାର ସାମଲ ଏବଂ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ(ଯୋଜନା ଏବଂ ପରିକଳ୍ପନା) ଲିଙ୍ଗରାଜ ଗୌଡ଼ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖଯୋଗ୍ୟ, ସୁକେସ୍ମିତାଙ୍କ ଘର ଚମ୍ପୁଆ ବ୍ଲକ ଫୁଲକଅଁଳେଇ ଗ୍ରାମରେ।ତାଙ୍କ ସ୍ୱାମୀ ଜୟନ୍ତ କୁମାର ନାଏକ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।
Popular Categories



