www.samajalive.in
Friday, December 12, 2025
27.1 C
Bhubaneswar

ଅଟକ ଭାରତୀୟ-ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ

ଡେସ୍କ: ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶରେ ଅଟକ ଥିବା ୯୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଭାରତରେ ଅଟକ ଥିବା ୯୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା ରବିବାର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ତଟରକ୍ଷୀ ବାହିନୀ ୯୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଓ କ୍ରୁ ସଦସ୍ୟଙ୍କୁ ଭାରତୀୟ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରିବା ଏବଂ ୯୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଓ କ୍ରୁ ସଦସ୍ୟଙ୍କୁ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହାବ୍ୟତୀତ ଭାରତରେ ଅଟକ ଥିବା ୨ଟି ବାଂଲାଦେଶୀ ମାଛଧରା ଜାହାଜ ଏବଂ ବାଂଲାଦେଶରେ ଅଟକ ଥିବା ୬ଟି ଭାରତୀୟ ମାଛଧରା ଡଙ୍ଗାକୁ ମଧ୍ୟ ଦୁଇ ତଟରକ୍ଷୀ ବାହିନୀ ମଧ୍ୟରେ ବିନିମୟ କରାଯିବ।

- Advertisement -

୨୦୨୪ ଅକ୍ଟୋବର ଓ ନଭେମ୍ବର ମାସରେ ବାଂଲାଦେଶ ଜଳସୀମା ଭିତରେ ୯୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ୬ଟି ମାଛଧରା ଡଙ୍ଗାକୁ ବାଂଲାଦେଶ କର୍ତ୍ତୃପକ୍ଷ ଅଟକ ରଖିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବାଗେରହାଟ ଓ ପଟୁଆଖାଲି ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୯୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଓ କ୍ରୁ ସଦସ୍ୟଙ୍କୁ ଗୁରୁବାର ମୁକ୍ତ କରାଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories