www.samajalive.in
Sunday, December 14, 2025
19.1 C
Bhubaneswar

ଜାମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ : ଅମିତ ଶାହା

ନୂଆଦିଲ୍ଲୀ: ସ୍ଥାନୀୟ ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ କରକମଳରେ ‘ଜାମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୁ ଦ ଏଜେସ୍’ (ଜାମ୍ମୁ ଓ କଶ୍ମୀର ଏବଂ ଲଦାଖ: ନିରନ୍ତରତା ଏବଂ ସଂଯୋଗର ଏକ ଐତିହାସିକ ବିବରଣୀ) ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ଏବଂ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚଆର)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକକୁ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ଶ୍ରୀ ଶାହା କହିଛନ୍ତି ଯେ ଜାମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ । ଏହାକୁ ଆଇନର କୌଣସି ଧାରା ବଦଳାଇପାରିବ ନାହିଁ। ଜାମ୍ମୁ-କଶ୍ମୀରର ଇତିହାସ ଓ ସାଂସ୍କୃତିକ ଐତିହ୍ୟକୁ ପୁନରୁଦ୍ଧାର କରିବା ଦିଗରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ପୁସ୍ତକ ପ୍ରତି ଜାମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରା ସମର୍ପିତ । ପୁସ୍ତକରେ ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଜାମ୍ମୁ-କଶ୍ମୀର ଏବଂ ଲଦାଖର ଯାତ୍ରା ଉପରେ ବର୍ଣ୍ଣନା କରାଯାଇଛି । ଏହି ଅଞ୍ଚଳର ଅନନ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଏହି ପୁସ୍ତକରେ ଧାରା ୩୭୦ର ଐତିହାସିକ ଦିଗକୁ ସ୍ଥାନ ଦିଆଯାଇଛି। ଭାରତର ବିଭିନ୍ନ କୋଣ ଅନୁକୋଣରେ ସମୃଦ୍ଧ ସଂସ୍କୃତି, ଭାଷା, ଲିପି, ଆଧ୍ୟାତ୍ମିକ ବିଚାର, ବ୍ୟାପାର ଏବଂ ବାଣିଜ୍ୟର କେନ୍ଦ୍ର ଭାବରେ କାଶ୍ମୀରର ଭୂମିକା ଏବଂ ଦେଶରେ ଏହାର ବିସ୍ତାର ବିଷୟରେ ପ୍ରାମାଣିକ ଭାବେ ପୁସ୍ତକରେ ବର୍ଣ୍ଣନା କରାଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories