www.samajalive.in
Monday, December 15, 2025
27.1 C
Bhubaneswar

ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଅଟେଇ ଜଙ୍ଗଲ ସଫାରୀ

ପାଟଣା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କେନ୍ଦୁଝର ଜିଲ୍ଲା ଘଟଗାଁରେ ଉଦଘାଟିତ ହୋଇଛି ଅଟେଇ ଜଙ୍ଗଲ ସଫାରୀ । କେନ୍ଦୁଝର ଜିଲ୍ଲା ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ଅଟେଇ ଜଙ୍ଗଲ ସଫାରୀର ଅନୁଭୂତି ସାଉଁଟିବା ପାଇଁ ଏବଂ ସ୍ବତନ୍ତ୍ର ସଫାରୀ ଗାଡ଼ିରେ ପର୍ଯ୍ୟଟକ ମାନଙ୍କୁ ବୁଲିବାର ବ୍ୟବସ୍ଥା କରିଛି ବନବିଭାଗ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ , ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରୀକା ସାହୁ, କେନ୍ଦୁଝର ଡିଏଫଓ ଏଚଡି ଧନରାଜ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏବେ ଅଟେଇ ଘଞ୍ଚ ଜଙ୍ଗଲରେ ସଫାରୀର ମଜା ନେଇ ପାରିବେ ଘଟଗାଁ ଆସୁଥିବା ପର୍ଯ୍ୟଟକମାନେ ।

- Advertisement -

କେନ୍ଦୁଝର ଜିଲ୍ଲାର ଘଟଗାଁ ମା’ ତାରିଣୀଙ୍କ ମନ୍ଦିରକୁ ପ୍ରତେକ ଦିନ ଆସୁଥିବା ପର୍ଯ୍ୟଟକ ଏବେ ସଫାରୀ ଗାଡ଼ିରେ ବସି ବନ୍ୟଜନ୍ତୁ ଦେଖିବାର ମଜା ନେଇପାରିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଟେଇ ଜଙ୍ଗଲ ସଫାରୀ ଗାଡ଼ିରେ ପର୍ଯ୍ୟଟକମାନେ ଜଙ୍ଗଲ ଭିତରକୁ ସଫାରୀ କରିବା ପାଇଁ ବନ ବିଭାଗ ଦ୍ବାରା ଏସି ଗାଡି ୨୫୦ଟଙ୍କା ଓ ନନ୍ ଏସି ଗାଡି ପାଇଁ ଜଣ ପ୍ରତି ୨୦୦ଟଙ୍କା ଦେୟ ରଖାଯାଇଛି। ପର୍ଯ୍ୟଟକମାନେ ଏହି ଅଟେଇ ଜଙ୍ଗଲ ସଫାରିରେ ହାତୀ, ଭାଲୁ , ହରିଣ, ବାରାହା,ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଦେଖିପାରିବାର ସୁଯୋଗ ପାଇବେ। ଏଥି ସହିତ ୱାଚ ଟାୱାର , ଭିୟୁପଏଣ୍ଟ , ଦରଗଡଶିଳା ଡ୍ୟାମ ବୁଲି ଦେଖିବା ସହ ଜଙ୍ଗଲ ଭ୍ରମଣର ମଜା ନେଇପାରିବେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories