www.samajalive.in
Monday, December 8, 2025
13.1 C
Bhubaneswar

ଗୋଟିଏ ରୁଟି ପାଇଁ.. କନ୍ୟା ଛାଡି ବରଯାତ୍ରୀ ସହ ଫେରିଗଲେ ବର, ଥାନାରେ ମାମଲା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଗତ କିଛି ଦିନ ମଧ୍ୟରେ ବିବାହ ସମୟର ଅନେକ ଭିଡିଓ ଓ ଫଟୋ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଘଟଣା ଉତ୍ତରପ୍ରଦେଶର ଚନ୍ଦୌଲି ଜିଲାରୁ ସାମ୍ନାକୁ ଆସିଛି ।
ବିବାହ ସମୟରେ ବର କେବଳ ଗୋଟିଏ ରୁଟି ପାଇଁ ବିବାହ ଭାଙ୍ଗି ସେଠାରୁ ପଳାଇ ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଲୋକଙ୍କ ହୋସ୍‌ ଉଡାଇ ଦେଇଛି ।

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

- Advertisement -

ଚନ୍ଦୌଲିର ହମୀଦପୁର ଗାଁରେ ବରଙ୍କ ଏଭଳି କାର୍ଯ୍ୟକଳାପ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବରଙ୍କୁ ରୁଟି ମିଳିବାରେ ବିଳମ୍ବ ହେବା କାରଣରୁ ସେ ବିବାହ ନକରି ବରଯାତ୍ରୀ ନେଇ ସେଠାରୁ ପଳାଇଥିଲେ । କନ୍ୟା ଜଣକ ବରକୁ ଅପେକ୍ଷା କରିଥିଲେ । ଏହାପରେ ବର ଜଣକ ଅନ୍ୟ ଜଣେ କନ୍ୟାକୁ ବିବାହ ମଧ୍ୟ କରିଥିଲେ ବୋଲି ଜଣାପଡିଥିଲା ।
ସୂଚନାନୁଯାୟୀ, ଉଭୟଙ୍କ ବିବାହ ୭ ମାସ ପୂର୍ବରୁ ସ୍ଥିର ହୋଇଥିଲା । ବରଯାତ୍ରୀ ସହ ବର ଜଣକ ପହଞ୍ଚିବା ପରେ କନ୍ୟା ପକ୍ଷ ଖୁବ୍‌ ଧୁମଧାମ୍‌ ସହ ସଭିଁଙ୍କୁ ସ୍ୱାଗତ ମଧ୍ୟ କରିଥିଲେ । ମାତ୍ର ରାତିରେ ଭୋଜନ ବେଳେ ରୁଟି ପରଷିବାରେ ବିଳମ୍ବ ହେବାକୁ ବର ଜଣକ ବିବାହ ଭାଙ୍ଗି ବରଯାତ୍ରୀ ନେଇ ଫେରି ଯାଇଥିଲେ।

ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ଏହାପରେ କନ୍ୟା ପକ୍ଷ ଅନେକ ଚେଷ୍ଟା କରିବା ପରେ ମଧ୍ୟ ବର ଜଣକ ରାଜି ନହୋଇ ସେଠାରୁ ଫେରିଯାଇଥିଲେ । ନିଜର ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ। ଏହା ଜଣାପଡିବା ପରେ କନ୍ୟା ପକ୍ଷ ବର ପକ୍ଷଙ୍କ ୫ ସଦସ୍ୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ବିବାହରେ ଯୌତୁକରେ କନ୍ୟା ପକ୍ଷ ବର ପକ୍ଷଙ୍କୁ ଦେଢ ଲକ୍ଷ ଟଙ୍କା ଦେବା ସହ ବିବାହ ଆୟୋଜନରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି ।

ପୁଣି ବଢିଲା ସୁନା ଦାମ୍‌; ଜାଣନ୍ତୁ କେତେ ..

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories