କେନ୍ଦୁଝର : ଦିନକୁ ଦିନ ରାଜ୍ୟରେ ଶୀତ ଯେମିତି ବଢୁଛି, ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ସେମିତି ବୃଦ୍ଧି ପାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶୀତୁଆ ସକାଳର ମଜା ନେଉଛନ୍ତି ପର୍ଯ୍ୟଟକ । ଯଦି ଆପଣମାନେ ଘଟଗାଁ ତାରିଣୀ ବୁଲିବାକୁ ଆସୁଛନ୍ତି। ତେବେ ମାଆଙ୍କୁ ଦର୍ଶନ କରିବା ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଆଜିଠାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରୀ ଆରମ୍ଭ ହେବ। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦଘାଟନ କରିବେ। ମା ତାରିଣୀ ମନ୍ଦିର ପରିସରରେ ଜଙ୍ଗଲ ସଫାରୀର ଟିକେଟ୍ ବୁକିଂ କାଉଣ୍ଟର ରହିବ । ପର୍ଯ୍ୟଟକ ମାନେ ଟିକେଟ୍ ବୁକିଂ କରି ସଫାରୀ ଗାଡିରେ ବସି ଅଟେଇ ଜଙ୍ଗଲରେ ବନ୍ୟଜନ୍ତୁ ଦେଖିପାରିବେ।
Popular Categories



