www.samajalive.in
Saturday, December 13, 2025
21.1 C
Bhubaneswar

ନିଆରା ଢ଼ଙ୍ଗରେ ଇଂରାଜୀ ନବବର୍ଷ ପାଳନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଦୋବଲ: ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ ନିର୍ବାଚନ ମଣ୍ଡଳୀରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି। ଆଜି ଧାମନଗର କଲେଜ ସାମନା ଜରାନିବାସ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜଣାଇ ବିନା କୌଣସି ଫୁଲତୋଡ଼ା ବା ଉପହାରକୁ ଆଡେଇ ଦେଇ ଜରାନିବାସରେ ପହଞ୍ଚି ପରିବାର ଓ ସମାଜର ମୁଖ୍ୟସ୍ରୋତରୁ ଅଲୋଡା ହୋଈ ଜୀବନ ଜିଉଁଥିବା ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହ ମିଶି ସେମାନଙ୍କ ସୁଖ ଦୁଃଖ ବୁଝିଥିଲେ। ଜରାନିବାସ ପରିସରରେ ଥିବା ଅନ୍ଦ, ମୁକ, ବଧିର ଏବଂ ମାନସିକ ବିକାରଗ୍ରସ୍ଥ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହ ବେଶ ଅନ୍ତରଙ୍ଗ ଭାବେ କିଛି ସମୟ କଟାଇଥିଲେ। ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ମୁଁହରେ ହସ ଭରିଦେବାକୁ ମନ୍ତ୍ରୀ ତାଙ୍କର ସାମୟିକ ଉପସ୍ଥିତ ମଧ୍ୟରେ ପ୍ରାୟାସ କରିଥିଲେ। ତାହା ସହ ଜରାଶ୍ରମ ପରିସର ବୁଲି ଦେଖି ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଧାମନଗର ତହସିଲଦାର ଦୀପକ କୁମାର ଦାସ, ବିଡିଓ ବନବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲ୍ଲିକଙ୍କ ସମେତ ଅନ୍ୟବିଭାଗର ସରକାରୀ ଅଧିକାରୀ, ଦଳୀୟ କର୍ମୀ, ଓ ଗଣମାଧ୍ୟମର ପ୍ରତିନିଧି ସହିତ ମିଶି ଜରାନିବାସ ପରିସରରେ ଚରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୈଳାଶ ମହାପାତ୍ର, ମନୋରଂଜନ ମଲ୍ଲିକ, ବୁଦ୍ଧଦେବ ଜେନା, ଅରବିନ୍ଦ ପତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତା ଓ କର୍ମୀ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories