www.samajalive.in
Saturday, December 13, 2025
14.1 C
Bhubaneswar

ଜିରୋ ଆୱାରରେ ହେବ ଜୋରଦାର ଯାଞ୍ଚ, ମଦ ପିଇ ଗାଡ଼ି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ

କଟକ : ଡିସେମ୍ବର ୩୧ ଜିରୋ ଆୱାରରେ ମଦ୍ୟପାନ କରି ଗାଡ଼ି ଚାଳନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଗାଡ଼ି ଜବତ ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ଏପରି କି ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ । ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକ ଯଦି ପରିଚୟ ପ୍ରଦାନରେ ସହଯୋଗ ନ କରନ୍ତି, ସମ୍ପୃକ୍ତ ଗାଡ଼ିର ମାଲିକଙ୍କ ଠାରୁ ଗାଡ଼ିଚାଳକର ସମସ୍ତ ବିବରଣୀ ମଗାଯିବ । ଯଦି ସେ ଏହା ପ୍ରଦାନରେ ଖୋଲାପ କରନ୍ତି ମୋଟର ଯାନ ଆଇନ ଅନୁଯାୟୀ ମାମଲା ରୁଜୁ ହେବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର ନିର୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ରାତି ସମୟରେ ମଦ୍ୟପାନ କରି ବିଶୃଙ୍ଖଳିତ ଗାଡ଼ି ଚାଳନା ଓ ତଦ୍‌ଜନିତ ଦୁର୍ଘଟଣାର ଖବର ଅନେକ ସମୟରେ ଆସିଥାଏ। ଯାହା ଉପରେ ରୋକ୍ ଲଗାଇବାକୁ ରାଜ୍ୟ ପରିବହନ ପ୍ରାକରଣ ପକ୍ଷରୁ ନିଷ୍ପଭି ହୋଇଛି। ରାତି ୧୨ରେ ଜୋରଦାର ଯାଞ୍ଚ ହେବ ।

ଇଂରାଜୀ ନୂଆବର୍ଷ ପାଳନ ନାଁରେ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତି ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ଏସଂକ୍ରାନ୍ତରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରିବହନ ଆୟୁକ୍ତ ନିର୍ଦେଶ ଜାରି କରିଛନ୍ତି। ବେପରୁଆ ଗାଡ଼ି ଚାଳକଙ୍କୁ ନିଯନ୍ତ୍ରଣ କରିବାକୁ ଗୁରୁତ୍ବପୂର୍ଣ ଛକ, ଟ୍ରାଫିକ ପଏଣ୍ଟ ଭଳି ସ୍ଥାନରେ ସ୍ବତନ୍ତ୍ର ଟିମକୁ ଦାୟିତ୍ୱ ଦିଆଯିବ। ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସଂପୃକ୍ତ ଗାଡ଼ିର ମାଲିକଙ୍କ ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପକ୍ଷରେ ଜାନୁଆରୀ ପହିଲାରୁ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ତେଣୁ ଏଭଳି ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜିରୋ ଆୱାରରୁ ଆରମ୍ଭ ହୋଇ ଜାନୁଆରୀ ୭ ଯାଏଁ ଜାରି ରହିବ।

- Advertisement -

ବିଶେଷକରି ବଣଭୋଜି ଅଞ୍ଚଳରେ ମଦ୍ୟପାନ କରି ଯାନ ଚାଳନା ବିରୋଧରେ ଅଧିକ ଚେକିଂ ହେବ। ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ଗାଡ଼ି ଗୁଡ଼ିକ ଯେଉଁଭଳି ସମସ୍ତ ସୁରକ୍ଷା ନିୟମର ପାଳନ କରିବେ ସେଥ‌ିପାଇଁ ମଧ୍ୟ ଏସଓପି ଜାରି କରାଯାଇଛି । ସେହିଭଳି ନାବାଳକ/ ନାବାଳିକା ଗାଡ଼ି ଚାଳନା ବିରୋଧରେ ସ୍କୁଲ, କଲେଜ ନିକଟରେ ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ମୋଟର ଯାନ ବୀମା ସଂକ୍ରାନ୍ତୀୟ ଯାଞ୍ଚ ମଧ୍ଯ କରାଯିବ। ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି, ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନସଚେତନତାକୁ ପ୍ରାଧାନ୍ୟ ଦିଆଯାଇଛି। ଯେଉଁମାନେ ନିୟମ ମାନି ନିଜ ସୁରକ୍ଷାକୁ ଗୁରୁତ୍ବ ଦିଅନ୍ତି, ସେମାନଙ୍କୁ ସମ୍ମାନିତ କରିବାକୁ ମଧ୍ୟ ବିଭାଗର ଯୋଜନା ଥୁବା ଶ୍ରୀଯୁକ୍ତ ଠାକୁର ସୂଚନା ଦେଇଛନ୍ତି।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories