www.samajalive.in
Sunday, December 14, 2025
14.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏମ୍‍-୨୦, ଏମ୍‍-୧୦

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଏମ୍‍ ସିରିଜର ଗାଲାକ୍ସି ଏମ୍‍-୨୦, ଏମ୍‍-୧୦ନାମକ ଦୁଇଟି ନୂଆ ସ୍ମାର୍ଟ ଫୋନ। ଉଭୟ ଫୋନକୁ ପ୍ରଥମ ଥର ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୱାଟର ଡ୍ରପ ନଞ୍ଚ୍‍ ବି ଇନଫିନିଟି ଡିସପ୍ଲେ ରହିଛି। ଏହାବ୍ୟତୀତ ଉଭୟ ଫୋନରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି।

courtesy-youtube

ସାମସଙ୍ଗ ଗାଲାକ୍ସି ଏମ୍‍-୧୦ର ମୂଲ୍ୟ ଏବଂ ବିଶେଷତ୍ୱ
ସାମସଙ୍ଗ ଗାଲାକ୍ସି ଏମ୍‍-୧୦ରେ ୬.୨ଇଞ୍ଚର ଏଚଡି ପ୍ଲସ ଇନିଫିନିଟି ବି ଡିସପ୍ଲେ ମିଳିବ। ଏହାବ୍ୟତୀତ ଏହି ଫୋନରେ ସାମସଙ୍ଗର ଅକ୍ଟାକୋର ଏକ୍ସିନଜ ୭୮୭୦ପ୍ରୋସେସର ଦିଆଯାଇଛି। ଏହାବ୍ୟତୀତ ଏହି ଫୋନ ୨ଜିବି ଏବଂ ୩ଜିବି ରାମ ମଡେଲ ଏବଂ ୧୬ଜିବି/୩୨ଜିବି ଷ୍ଟୋରେଜ ମଡେଲରେ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନରେ ଡୁଆଲ ରିୟର କ୍ୟାମାରେ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲ। ଉଭୟ କ୍ୟାମେରାରେ ଫ୍ଲାସ ଲାଇଟ୍‍ ସୁବିଧା ରହିଛି। ଏହି ଫୋନରେ ୩୪୦୦ଏମ୍‍ଏଚ୍‍ ର ବ୍ୟାଟେରୀ ଏବଂ ସଂଯୋଗ ପାଇଁ ଫୋନରେ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ୍‍ ରହିଛି। ଏହି ଫୋନରେ ଟିପଚିହ୍ନ ସେନସର ଦିଆଯାଇନାହିଁ। ମାତ୍ର ଏଥିରେ ଫେସ୍‍ ଅନଲକ୍‍ ମିଳିବ। ସାମସଙ୍ଗ ଗାଲାକ୍ସି ଏମ୍‍-୧୦ ୨ଜିବି+୧୬ଜିବିର ମୂଲ୍ୟ ୭,୯୯୦ଟଙ୍କା ଏବଂ ଏହାର ୩ଜିବି+୩୨ଜିବି ମଡେଳର ମୂଲ୍ୟ ୮,୯୯୦ ଟଙ୍କା।

- Advertisement -
courtesy-mobiledisplay.com.pk

ସାମସଙ୍ଗ ଗାଲାକ୍ସି ଏମ୍‍-୨୦ର ମୂଲ୍ୟ ଏବଂ ବିଶେଷତ୍ୱ
ସାମସଙ୍ଗ ଗାଲାକ୍ସି ଏମ୍‍-୨୦ରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ୍ ଇନଫିନିଟି ବି ଡିସପ୍ଲେ ରହିଛି। ଏହାବ୍ୟତୀତ ଫୋନରେ ସାମସଙ୍ଗର ଏକ୍ସିନଜ ୭୯୦୪ପ୍ରୋସେସର ମିଳିବ। ଏହି ଫୋନ ୩ଜିବି/୪ଜିବି ଏବଂ ୩୨ଜିବି/୬୪ଜିବି ଷ୍ଟୋରେଜ ମଡେଲରେ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। ଉଭୟ କ୍ୟାମେରାରେ ଫ୍ଲାସ ଲାଇଟ ସୁବିଧା ରହିଛି। ଫୋନରେ ୫,୦୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଯାହା ପାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାବ୍ୟତୀତ ୧୫ୱାଟର ଫାଷ୍ଟ ଚାର୍ଜର ମଧ୍ୟ ମିଳିବ। ଫୋନରେ ସଂଯୋଗ ପାଇଁ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମ୍‍ଏମ୍‍ ର ହେଡଫୋନ ଜ୍ୟାକ୍‍ ମିଳିବ। ଏହି ଫୋନରେ ଟିପଚିହ୍ନ ସେନସର ସହିତ ଫେସଅନଲକ୍‍ ମଧ୍ୟ ମିଳିବ। ଏହାର ୩ଜିବି+୩୨ଜିବି ମଡେଲର ମୂଲ୍ୟ ୧୦,୯୯୦ଟଙ୍କା ଏବଂ ୪ଜିବି/୬୪ଜିବି ମଡେଲର ମୂଲ୍ୟ ୧୨,୯୯୦ଟଙ୍କା।
ଉଭୟ ଫୋନର ବିକ୍ରି ଫେବ୍ରୁଆରୀ ୫ରୁ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗର ଅନଲାଇନ୍‍ ଷ୍ଟୋରରେ ଆରମ୍ଭ ହେବ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories