www.samajalive.in
Sunday, December 7, 2025
14.1 C
Bhubaneswar

ନିର୍ବାଚନ କୌଣସି ସୁନ୍ଦରୀ ପ୍ରତିଯୋଗିତା ନୁହେଁ : ବିହାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ପ୍ରିୟଙ୍କା ଗାନ୍ଧୀଙ୍କ ଆନୁଷ୍ଠାନିକ ପ୍ରବେଶକୁ ନେଇ ବିରୋଧୀ ବିଭିନ୍ନ ମନ୍ତବ୍ୟ ଦେଖିବାକୁ ମିଳିଛି। ଶନିବାର ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ‘ନିର୍ବାଚନ କୌଣସି ସୁନ୍ଦରୀ ପ୍ରତିଯୋଗିତା ନୁହଁ। ଭୋଟର ପୂର୍ବ କାର୍ଯ୍ୟବଳୀ ଆଧାରରେ ଭୋଟ ଦେଇଥାନ୍ତି’। ଏହାକୁ ନେଇ କଂଗ୍ରେସ କର୍ମକର୍ତ୍ତା କଡା ସମାଲୋଚନା କରିଛନ୍ତି। କଂଗ୍ରେସ ରାଜ୍ୟସଭା ସାସଂଦ ତଥା ପଶ୍ଚିମବଙ୍ଗ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସନ୍ଦିପ ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁସାରେ ବିଜେପି ନେତା ମାନଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ ସେମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ଡରି ଯାଇଛନ୍ତି। ସେମାନେ ଜାଣିଛନ୍ତି ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ପରିବର୍ତ୍ତନ କରିଥାଏ। ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବ ସପ୍ତାହ ବୁଧବାର ଦିନ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ମହାସଚିବ ପଦବୀରେ ସମ୍ବୋଧିତ କରିଥିଲେ। ଯାହାକୁ ନେଇ ବିରୋଧୀ ନେତାମାନଙ୍କ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ଆସୁଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories