www.samajalive.in
Monday, December 8, 2025
24.1 C
Bhubaneswar

୨୦୦୮ ଆସାମ ବିସ୍ଫୋରଣ ମାମଲା: ବୋଡୋ ମୁଖ୍ୟଙ୍କ ସହ ୧୪ ଦୋଷୀ ସାବ୍ୟସ୍ତ

ଗୌହାଟୀ : ଆସାମ ସିରିଏଲ ବିସ୍ଫୋରଣ-୨୦୦୮ ମାମଲାରେ ବୋଡୋଲାଣ୍ଡ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏଫ୍‌ବି)ର ପ୍ରତିଷ୍ଠାତା ରଞ୍ଜନ ଡାଏମେରିଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ଗୌହାଟୀର ସିବିଆଇ ସ୍ବତନ୍ତ୍ର କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଜନୁଆରୀ ୩୦ରେ ସେମାନଙ୍କ ଦଣ୍ଡାଦେଶ ଘୋଷଣା ହେବ। ଦୋଷୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଟି.ଡି. ଗୋସ୍ବାମୀ କୋର୍ଟଙ୍କୁ ନିବେଦନ କରିଛନ୍ତି। କିନ୍ତୁ ଏଭଳି ରାୟ ଦ୍ବାରା ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି ରଞ୍ଜନଙ୍କ ଭଉଣୀ ତଥା ମାନବିକ ଅଧିକାର କର୍ମୀ ଅଞ୍ଜଳୀ ଡାଏମେରି କହିଛନ୍ତି। ଏନ୍‌ଡିଏଫ୍‌ବି ପକ୍ଷରୁ କେନ୍ଦ୍ର ସରକାରଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା ଜାରି ରହିଛି। ଦୋଷୀମାନଙ୍କ ମଧ୍ୟରୁ କେବଳ ରଞ୍ଜନ ଏବେ ଜାମିନରେ ଅଛନ୍ତି। ୨୦୦୮ ଅକ୍ଟୋବର ୩୦ର ମଧ୍ୟାହ୍ନ ସମୟରେ ଗୌହାଟୀର ବଜାର ଅଞ୍ଚଳ ସମେତ ପଶ୍ଚିମ ଆସାମର ବିଭିନ୍ନ ସ୍ଥାନରେ ଏକକାଳୀନ ୧୮ଟି ବିସ୍ଫୋରଣ ଘଟିଥିଲା। କ୍ରମାଗତ ବିସ୍ଫୋରଣରେ ୮୧ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୪୭୦ ଜଣ ଆହତ ହୋଇଥିଲେ। ଏହି ମାମଲାରେ ମୋଟ ୨୧ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭ ଜଣ ଫେରାର ଅଛନ୍ତି। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସିବିଆଇ ୨ଟି ଅଭିଯୋଗଫର୍ଦ ଦାଖଲ କରିବା ପ​‌େ​‌ର ୨୦୧୭ରେ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ୬୫୦ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରିବା ପରେ କୋର୍ଟ ରାୟ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories