www.samajalive.in
Sunday, December 14, 2025
15.1 C
Bhubaneswar

ହିଞ୍ଜିଳିରେ ନବୀନଙ୍କ ଫସଲ କ୍ଷୟକ୍ଷତି ସମୀକ୍ଷା

ହିଞ୍ଜିଳିକାଟୁ: ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ସ୍ଥିତ ମହାତ୍ମାଗାନ୍ଧୀ ଖେଳ ପଡ଼ିଆଠାରେ ଦିନ ୧୨ଟା ୧୦ମିନଟ ସମୟରେ ହେଲିକପ୍ଟର ଯୋଗେ ଅବତରଣ କରିବାପରେ ବିଜେଡି ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ପରେ ଶେରଗଡ଼ ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାକରଡ଼ା ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହିତ ଆଲୋଚନା କରିବା ସହ ଅଦିନିଆ ଲଘୁଚାପ ବର୍ଷାଜନିତ କ୍ଷତିଗ୍ରସ୍ତ ଚାଷଜମିର ନିରୀକ୍ଷଣ କରିଥିଲେ। ଗୋବିନ୍ଦପୁର ଓ ମାରୁଡ଼ି ଜଗନ୍ନାଥପୁର ମଧ୍ୟବର୍ତ୍ତୀ ଚାଷଜମି ବୁଲି ପରିଦର୍ଶନ କରିଥିଲେ ନବୀନ।

ହିଞ୍ଜିଳିକାଟୁ ବ୍ଲକ ବୁରୁପଡ଼ା ପଞ୍ଚାୟତ ଅନ୍ତର୍ଗତ ପୋଡ଼ଙ୍ଗି ଛକଠାରେ ପହଞ୍ଚି ନବୀନ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିବା ସହିତ ରାଜସ୍ବ ଓ କୃଷି ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେଠାରେ ହିଞ୍ଜିଳିକାଟୁ ବ୍ଲକ ଜିପିଏଲଏଫ କର୍ମୀ ସାମୁଖ୍ୟ ସଂଘ ତରଫରୁ ଦୀର୍ଘ ୯ମାସର ଦରମା ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ସମସ୍ତ ସ୍ଥାନରେ ଚାଷୀମାନଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ନିକଟରେ ଚାଷୀମାନଙ୍କ କଲ୍ୟାଣ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି। ପରେ ପ୍ରେସ ବାର୍ତ୍ତାରେ ନବୀନ କହିଛନ୍ତି ଯେ, ଏହି ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଯୋଗୁଁଁ ରାଜ୍ୟ ସରକାର ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ। ଏଥି ସହିତ ସରକାରୀ ମଣ୍ଡିରେ ଧାନ ସଂଗ୍ରହ କରିବା ସମୟରେ ଏଫଏକ୍ୟୁ ମାନଦଣ୍ଡ କୋହଳ କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି।

- Advertisement -

ଏହି ଗସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ବିରୋଧୀଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର, ଛତ୍ରପୁର ଅତିରିକ୍ତ ଉପ ଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା, ହିଞ୍ଜିଳିକାଟୁ ତହସିଲଦାର ଭିକାରି ସାହୁ, ଆତ୍ମା ଉପ ପ୍ରକଳ୍ପ ନିର୍ଦ୍ଦେଶକ ବାସୁଦେବ ଶତପଥୀ ଓ ହିଞ୍ଜିଳିକାଟୁ ବ୍ଲକ କୃଷି ଅଧିକାରୀ ବିଘ୍ନରାଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିରୋଧୀ ଦଳ ନେତାଙ୍କ ଗଞ୍ଜାମ ଜିଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଳକ ଅଧ୍ୟକ୍ଷ, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା, ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଜିଲା ପରିଷଦ ସଭ୍ୟ ବାଇ ଗୀତାଞ୍ଜଳି, ଏ. ସୁଦର୍ଶନ, ପ୍ରୀତି ସାହୁ, ବିଜେଡ଼ି ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ବ୍ଳକ ସଭାପତି ଦୁର୍ଗା ମାଧବ ମହାନ୍ତିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories