www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଉଚ୍ଚ, ଶିକ୍ଷା ବିକାଶ ପାଇଁ ଓଡ଼ିଶାକୁ ୬୭୦ କୋଟି

ନୂଆଦିଲ୍ଲୀ :ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ହେବ। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ବିକାଶ ଘଟିବା ସହ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍ ଉଷା)ରେ ଓଡ଼ିଶାକୁ ୬୦୦ କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ। ସେଥ୍‌ରୁ ୪ ପ୍ରମୁଖ ବିଶ୍ବବିଦ୍ୟାଳୟକୁ ୪୦୦ କୋଟି ଟଙ୍କାର ଅନୁଦାନ ପାଇଁ ମଞ୍ଜୁର ହୋଇଛି। କିଛି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏହି ଅଭିଯାନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ମଧ୍ୟ ବିଭିନ୍ନ ବର୍ଗରେ ଉନ୍ନତିକରଣ ନିମନ୍ତେ ଅନୁଦାନ ପ୍ରଦାନ କରାଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁଦାନକୁ ମଞ୍ଜୁରୀ ମିଳିଛି।

ଏହି ସବୁ ଅନୁଦାନକୁ ମିଶାଇ ଏହି ଅଭିଯାନରେ ଓଡ଼ିଶା ପ୍ରଥମ ଥର ନିମନ୍ତେ ୬୭୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ପାଇବ। ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନର ମୁଖ୍ୟକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଦୀର୍ଘବର୍ଷ ଧରି ରାଜ୍ୟରେ ପିଏମ୍-ଉଷା କାର୍ଯ୍ୟକାରୀ ହୋଇପାରିନଥିଲା। ଯାହାଦ୍ୱାରା କେନ୍ଦ୍ର ସରକାର ଏହି ଯୋଜନାକୁ କୋଟି କୋଟି ଟଙ୍କାର ଅନୁଦାନ ପାଇବାରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବଞ୍ଚିତ ହେଉଥିଲା। ଗତ ଅଗଷ୍ଟ ମାସରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହୋଇଛି। ପିଏମ୍- ଉଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇଛି ।

- Advertisement -

ତନ୍ମଧ୍ୟରୁ ରେଭେନ୍ସା ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଟଙ୍କା ଲେଖାଏଁ ଅନୁଦାନ ମିଳିବ। ଏହି ୪ଟି ବିଶ୍ଵବିଦ୍ୟାଳୟ ମଲ୍ଟି ଡିସିପ୍ଲିନାରୀ ଏବଂ ଗବେଷଣା ବିଶ୍ଵବିଦ୍ୟାଳୟ ବର୍ଗରେ ସ୍ଥାନ ପାଇଛି। ସେହିଭଳି ବିଶ୍ଵବିଦ୍ୟାଳୟ ସମ୍ପ୍ରସାରଣ ବର୍ଗରେ ରାଜ୍ୟର ୫ ବିଶ୍ୱବିଦ୍ୟାଳୟ ୨୦ କୋଟି ଲେଖାଏଁ ଅନୁଦାନ ପାଇବେ। ସେମାନଙ୍କ ମଧ୍ୟରେ କୋରାପୁଟର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ, ସମ୍ବଲପୁରର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ଏହି ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ଜାନୁଆରୀ ୫ ତାରିଖ ସୁଦ୍ଧା ଡିପିଆର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ଭଳି ମହାବିଦ୍ୟାଳୟର ଭିତ୍ତିଭୂମିକୁ ଦୃଢ଼ୀକରଣ କରାଯିବ। ରାଜ୍ୟର ୨୪ ମହାବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବର୍ଗରେ ୫ କୋଟି ଲେଖାଏଁ ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯିବ। ସେଗୁଡ଼ିକ ହେଉଛି ଅନୁଗୋଳ ଜିଲାର ୩ ମହାବିଦ୍ୟାଳୟକୁ ୧୫ କୋଟି, ଢେଙ୍କାନାଳ ଜିଲାର ୨ ମହାବିଦ୍ୟାଳୟକୁ ୧୦ କୋଟି, ବଲାଙ୍ଗିର, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଏବଂ କଟକ ଜିଲାରେ ଗୋଟିଏ ଲେଖାଏଁ ମହାବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ।

ସେହିପରି ଜେଣ୍ଡର ଇନକ୍ଲିଉଜନ ଆଣ୍ଡ ଇକ୍ୟୁଟି ଇନିଟିଏଟିଭ (ଜିଆଇଇଆଇ) ଓଡ଼ିଶାର ୫ ଜିଲା ଭଦ୍ରକ, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ ଏବଂ ସମ୍ବଲପୁରକୁ ୫୦ କୋଟି ଅନୁଦାନ ମିଳିବ। ଏ ନେଇ ପିଏମ ଉଷାର ତୃତୀୟ ପ୍ରକଳ୍ପ ଅନୁମୋଦନ ବୋର୍ଡ ବୈଠକରେ ମଞ୍ଜୁର ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories