www.samajalive.in
Friday, December 12, 2025
15.1 C
Bhubaneswar

ଶିକ୍ଷକଙ୍କ ଘରୁ ଚୋରି ଅଭିଯୋଗ

ପିପିଲି : ପୁରୀ ଜିଲା ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିରିଆପୁର ଗ୍ରାମରେ ରହୁଥିବା ଶିକ୍ଷକ ବାସୁଦେବ ସାହୁଙ୍କ ଘରର ତାଲା ଭାଙ୍ଗି ୮ହଜାର ଟଙ୍କା କ୍ୟାସ୍ ସମେତ ୩୦ ହଜାର ଟଙ୍କା ମୂଲ୍ୟର ଲୁଗାପଟା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପିପିଲି ବ୍ଲକ କଲୋନୀ ମଧ୍ୟ-ଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ଥିବା ବାସୁଦେବ ସାହୁ(୨୦) ଧରି ଶିରିଆପୁର ଗ୍ରାମରେ ଭଡାଘରେ ପରିବାର ସହ ବାସ କରୁଛନ୍ତି। ଗତ ୨୬ ତାରିଖ ଦିନ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ପରିବାର ସହ ସେ କାକଟପୁର ଯାଇଥିଲେ। ସୋମବାର ସକାଳେ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ତାଙ୍କ ଘରର ଲୁହା ଗ୍ରୀଲ ଓ କବାଟରେ ଲାଗିଥିବା ତାଲାକୁ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିବା ସହ ଘରେ ଥିବା ଲୁହା ଆଲମିରା ମଧ୍ୟରୁ ନଗଦ ୮ ହଜାର ଟଙ୍କା, ୩୦ ଖଣ୍ଡ ମୂଲ୍ୟବାନ ଶାଢି ଓ ୧୦ହଳ ପ୍ୟାଣ୍ଟସାର୍ଟ କପଡା ଆଦିକୁ ଚୋରି କରି ନେଇଥିବା ଜଣାପଡିଛି। ଏସମ୍ପର୍କରେ ସେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ଏଏସ୍‍ଆଇ ବିନୟ କୁମାର ଦାସ, ରବିନ୍ଦ୍ର ନାୟକ ଓ ବିଦ୍ୟାଧର ଭୋଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories