www.samajalive.in
Sunday, December 14, 2025
19.1 C
Bhubaneswar

ଫେଲ୍ ମାରିଲା ଅଟଳ ଜ୍ୟୋତି ଯୋଜନା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରର ପଞ୍ଚାୟତରେ ଅଟଳ ଜ୍ୟୋତି ଯୋଜନା ଫେଲମାରିଥିବା ଅଭିଯୋଗ ହୋଇଛି। ଆଦର୍ଶ ପାଣ୍ଠି ଓ ମାନ୍ୟବର ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ସୌଜନ୍ୟରେ ୨୦୧୯-୨୦ ବର୍ଷରେ ଅଟଳ ଜ୍ୟୋତି ଯୋଜନା ଅଜୟ-୨ରେ ଆଦର୍ଶ ଗ୍ରାମ ଓ ଏକ ନମ୍ବର ୱାର୍ଡ ବଡଦ୍ୱାର ସାହିରେ ଲଗାଯାଇଥିବା ସୌରଚାଳିତ ଲାଇଟଗୁଡିକ କିଛି ବର୍ଷ କାର୍ଯ୍ୟ କରିବା ପରେ ଆଉ ଜଳୁ ନ ଥିବା ଆଦର୍ଶ ଗ୍ରାମର କମିଟି ଅଭିଯୋଗ କରିଛନ୍ତି। ସନ୍ଧ୍ୟା ହେଲେ ପିଲାମାନେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି। ରାସ୍ତାରେ ଗାଈଗୋରୁ କୁକୁର ଶୋଇ ରହିଥାଆନ୍ତି। ଅନ୍ଧାର ହୋଇଥିବା ଯୋଗୁଁଁ ପିଲାମାନେ ଟିଉସନରୁ ଆସିବାବେଳେ ଝୁଣ୍ଟି ହୋଇ ଖଣ୍ଡିଆ ଖାବରା ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ସୌରଚାଳିତ ଲାଇଟଗୁଡ଼ିକରେ ଏକ ସୂଚନାଫଳକ ଲଗାଯାଇଛି। ସେଥିରେ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ଯୋଗାଯୋଗ କର ବୋଲି ଉଲ୍ଲେଖ ରହିଛି କିନ୍ତୁ ଫୋନ ନମ୍ବର ଦେଇନାହାନ୍ତି। ଟୋଲଫ୍ରି ନମ୍ବର ୧୮୦୦୨୨୨୩୨୧ ରହିଛି। ଅନ୍ୟ ପାର୍ଶ୍ୱରେ ଜିଲାସ୍ତରୀୟ ସେବା କେନ୍ଦ୍ରର ଠିକଣା ବୋଲି ଉଲ୍ଲେଖ କରିଛନ୍ତି କିନ୍ତୁ ଠିକଣା ନାହିଁ। ତେଣୁ ଏହାର ମରାମତି ନିମନ୍ତେ କହାରିକୁ ଯୋଗାଯୋଗ କରି ହେଉନାହିଁ ବୋଲି କହିଛନ୍ତି। ଏହାକୁ ନେଇ ଆଦର୍ଶ ଗ୍ରାମର କମିଟି ସଦସ୍ୟମାନେ ବ୍ଲକ ଯାଇ ବାରମ୍ବାର ଅଭିଯୋଗ କରିଥିଲେସୁଦ୍ଧା କୌଣସି ସହାୟତା ମିଳି ପାରିନି ବୋଲି କହିଛନ୍ତି। ବ୍ଲକ ଓ ପଞ୍ଚାୟତ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ସୌରଚାଳିତ ଲାଇଟଗୁଡିକ ମରାମତି କରିବା ପାଇଁ ଦାବି କରିଛନ୍ତି। ସେହିପରି କଲ୍ୟାଣସିଂହପୁର ଓ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ସଦରରେ ଲଗାଯାଇଥିବା ସୌରଚାଳିତ ଲାଇଟ ମଧ୍ୟ ଲାଗୁନଥିବା ଦେଖିବାକୁ ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories