www.samajalive.in
Sunday, December 14, 2025
23.1 C
Bhubaneswar

ଡିସେମ୍ବର ୨୮ ପୂର୍ବାହ୍ନ ୯.୩୦ ମିନିଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା

ଡେସ୍କ: ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସକାଳ ସାଢ଼େ ୯ଟାରେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସକାଳେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ। ସାଧାରଣ ଜନତା ଓ ଦଳୀୟ କର୍ମୀମାନେ ସେଠାରେ ତାଙ୍କର ଶେଷଦର୍ଶନ କରିବାର ସୁଯୋଗ ପାଇବେ।

ଡଃ ସିଂହଙ୍କ ବିୟୋଗରେ ୨୦୨୫ ଜାନୁଆରି ପହିଲା ପର୍ଯ୍ୟନ୍ତ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ଶୋକ କାଳରେ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ବିଦେଶରେ ଥିବା ସମସ୍ତ ଭାରତୀୟ ଦୂତାବାସ ଓ ହାଇକମିସନରେ ମଧ୍ୟ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆସନ୍ତାକାଲି ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଅଧିକୃତ କମ୍ପାନୀ କାର୍ଯ୍ୟାଳୟ ଅଧାଦିନ ଛୁଟି ରହିବ।

- Advertisement -

ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ୍ ଶୋକ ପ୍ରକାଶ କରି କହିଛି ଯେ ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ରାଜନେତା, ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏବଂ ଜଣେ ବିଶିଷ୍ଟ ନେତାଙ୍କୁ ହରାଇଛି। ଏଥିରେ ଡ. ମନମୋହନ ସିଂହଙ୍କ ସ୍ମୃତିରେ ଏକ ଶୋକ ସଂକଳ୍ପ ପାରିତ ହେବା ସହ ଦୁଇ ମିନିଟ୍ ନୀରବତା ଅବଲମ୍ବନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଂକଳ୍ପରେ କୁହାଯାଇଛି ଯେ ଡକ୍ଟର ମନମୋହନ ସିଂହ ଜାତୀୟ ଜୀବନରେ ନିଜର ଛାପ ଛାଡିଛନ୍ତି । ମନମୋହନ ସିଂହ ୧୯୯୧ରୁ ୧୯୯୬ ମଧ୍ୟରେ ଭାରତର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅର୍ଥନୈତିକ ସଂସ୍କାରର ଏକ ବ୍ୟାପକ ନୀତି ପ୍ରଣୟନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

ମନମୋହନ ସିଂହଙ୍କ ବିୟୋଗରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି, ସିଡବ୍ଲ୍ୟୁସି ମଧ୍ୟ ଆଜି ଏକ ଶୋକ ସଂକଳ୍ପ ଗୃହୀତ କରିଛି। ଡକ୍ଟର ସିଂହଙ୍କ ବିୟୋଗରେ ଦଳ ଶୋକ ପ୍ରକାଶ କରି କହିଛି ଯେ ତାଙ୍କ ଜୀବନ ଏବଂ କାର୍ଯ୍ୟ ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନୂଆ ରୂପ ପ୍ରଦାନ କରିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories