www.samajalive.in
Thursday, December 11, 2025
13.1 C
Bhubaneswar

କଟକରେ ମାତିଛନ୍ତି ଗାଈ, ଷଣ୍ଢ ଲୁଟେରା; ରାତି ହେଲେ ଗାଡିରେ ନେଇ ଫେରାର୍‌ ମାରୁଛନ୍ତି..

କଟକ: ମାତିଛନ୍ତି ଗାଈ,ଷଣ୍ଢ ଲୁଟେରା। ରାତି ହେଲେ ଗାଡିରେ ଆସି ନେଇ ଯାଉଛନ୍ତି। ଏହି ଘଟଣା ଘଟୁଛି କଟକ ସହରର ଗଳି କନ୍ଦିରେ। ବୋଲେରୋ ଓ ଗାଡ଼ି ଭିତରେ ଷଣ୍ଢ ଓ ଗାଈ ଲୁଟ କରି ନେଇ ପଳାଇ ଯାଉଛନ୍ତି। ଏମିତିକି ଏକ ମାସ ଭିତରେ ଉଭୟ ସିଡିଏ ଓ ଷଣ୍ଢପୁର ଅଞ୍ଚଳରେ ଘଟି ସରିଲାଣି ଦୁଇଟି ଘଟଣା। ଏଭଳି କାର୍ଯ୍ୟ କରୁଥିବା ଅପରାଧୀଙ୍କୁ ଧରିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ। ଅନ୍ୟପଟେ ସିଡିଏ ଅଞ୍ଚଳରେ ସୋମବାର ବିଳମ୍ୱିତ ରାତିରେ ଘଟିଥିବା ଷଣ୍ଢ ଲୁଟ ଘଟଣା ପରେ ନିଜର ସୁରକ୍ଷା ଚିନ୍ତାରେ ଅଞ୍ଚଳବାସୀ।
କଟକ ମୁଖ୍ୟରାସ୍ତା ହେଉ ଅବା ଗଳି କନ୍ଦି ରାସ୍ତା, ସବୁଆଡେ ଦିନ ହେଉ କି ରାତି ସବୁବେଳେ ବୁଲା ଗାଈ ଓ ଷଣ୍ଢ ଦେଖିବାକୁ ମିଳି ଥାଆନ୍ତି। ସବୁ ଆଡ଼େ ଏମାନଙ୍କର ଉପସ୍ଥିତି ଥିବା ବେଳେ ବର୍ତ୍ତମାନ ଏମାନଙ୍କୁ ଟାର୍ଗେଟ କରିଛନ୍ତି ଗୋ ମାଫିଆମାନେ। କିଛି ଦୁର୍ବୃତ୍ତମାନେ ବୋଲେରୋରେ ଆସୁଛନ୍ତି ଓ ଗାଡ଼ି ଭିତରେ ଷଣ୍ଢ ଓ ଗାଈ ଲୁଟ କରି ନେଇ ପଳାଇ ଯାଉଛନ୍ତି। ଚଳିତ ଡିସେମ୍ବର ୨୪ ରାତି ପାଖାପାଖି ୨ଟାରେ ସିଡିଏ ଅଂଚଳକୁ କିଛି ଦୁର୍ବୃତ୍ତ ଏକ ବୋଲେରୋ ଗାଡ଼ି ଯୋଗେ ଆସି ସେଠାରେ ଠିଆ ହୋଇଥିବା ଷଣ୍ଢକୁ ଘୋଷାଡି ନେଉଛନ୍ତି। ଯେତେବେଳେ ଷଣ୍ଢଟି ଥକି ଯାଉଛି ସେତେବେଳେ ବୋଲେରୋ ଗାଡ଼ି ଭିତରେ ତାକୁ ପୁରାଇ ସେଠାରୁ ନେଇ ଚମ୍ପଟ ମାରୁଛନ୍ତି ଲୁଟେରାମାନେ।

ଏହି ଧଳା ଶସ୍ତା ଜିନିଷ ଦୂର କରେ ବାସ୍ତୁ ଦୋଷ ; ଜାଣନ୍ତୁ ଚୁଟ୍‌କିରେ ଏହି ଉପାୟରେ ଘରେ କେବେ ହେବନି ଧନ ଅଭାବ, ସ୍ୱାମୀ-ସ୍ତ୍ରୀଙ୍କ ଝଗଡା, ଅଶାନ୍ତି..

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

ଗତ ମାସରେ କଟକ ମହାନଗର ନିଗମର ୩ ନମ୍ବର ୱାର୍ଡ ଅଞ୍ଚଳର ଷଣ୍ଢପୁର ଅଞ୍ଚଳରେ ମଧ୍ୟ ୪ଟା ସମୟରେ ରାସ୍ତାରେ ଶୋଇଥିବା ଗାଈକୁ ପିକଅପ ଯୋଗେ ଉଠାଇ ନେଇଥିଲେ ଲୁଟେରାମାନେ। ଯାହାକୁ ନେଇ ଥାନାରେ ମାମଲା କରିଛନ୍ତି ବିଭିନ୍ନ ସଙ୍ଗଠନ। ଅନ୍ୟପଟେ ଷଣ୍ଢ ଲୁଟ ଘଟଣାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ପୁଲିସ । ଏଭଳି କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି।

ଦେଖନ୍ତୁ ଭିଡିଓ ; ଗଛରେ ଝୁଲି ରହିଥିଲା ଅଜଗର, ଲୋକେ ଦେଖି ଛାନିଆ,ଏମିତି ହେଲା ଉଦ୍ଧାର..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories