www.samajalive.in
Thursday, December 11, 2025
14.1 C
Bhubaneswar

ବ୍ରହ୍ମପୁତ୍ର ନଦୀରେ ବନ୍ଧ ନିର୍ମାଣ କରିବ ଚୀନ: ପ୍ରଭାବିତ ହେବେ ଭାରତ, ବାଂଲାଦେଶ

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀରେ ଚୀନ ବିଶ୍ୱର ସବୁଠାରୁ ବଡ ବନ୍ଧ ନିର୍ମାଣ କରିବାକୁ ଯାଉଛି। ବନ୍ଧ ନିର୍ମାଣ ଯୋଜନାକୁ ଚୀନ ସରକାର ଅନୁମୋଦନ କରିବା ସ‌ହିତ ଏଥିପାଇଁ ୧୩, ୭୦୦ କୋଟି ଡଲାର ବ୍ୟୟବରାଦ କରିଛନ୍ତି । ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତିସ୍ଥଳ ଦିବ୍‌ବତ ଠାରେ ଚୀନ ଏହି ବନ୍ଧ ନିର୍ମାଣ କରିବ। ଏହାଦ୍ୱାରା ନଦୀର ନିମ୍ନ ଅବବାହିକାରେ ରହିଥ‌ିବା ଦେଶ ଭାରତ, ବାଂଲାଦେଶ ପ୍ରଭାବିତ ହେବେ । ବନ୍ଧ ନିର୍ମାଣ ଦ୍ୱାରା ନଦୀର ନିମ୍ନ ଅବବାହିକାରେ ଜଳ ପ୍ରବାହ ହ୍ରା ହ୍ରାସ ପାଇବ । ଚୀନର ରାଷ୍ଟ୍ରାୟତ୍ତ ଗଣମାଧ୍ଯମ ଜିନ୍ଦୁଆ ନ୍ୟୁଜ୍ ଏଜେନ୍ସିର ବୁଧବାର ରିପୋର୍ଟ ଅନୁଯାୟୀ ୟାରଲୁଙ୍ଗ ଜାଙ୍ଗବାଓ ନଦୀରେ ହାଇଡ୍ରୋପାୱାର ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଅନୁମୋଦନ କରିଛନ୍ତି ।

ୟାରଲୁଙ୍ଗ ଜାଙ୍ଗବାଓ ହେଉଛି ବ୍ରହ୍ମପୁତ୍ରର ତିବ୍‌ତୀୟ ନାମ। ଏହି ପ୍ରକଳ୍ପ ନିମନ୍ତେ ୧୩,୭୦୦ କୋଟି ଡଲାର ବରାଦ କରାଯାଇଛି। ଏହା ବିଶ୍ଵର ସବୁଠାରୁ ବଡ ନଦୀବନ୍ଧ ଯୋଜନା ହେବ । ଚୀନର ଥ୍ରି ଜର୍ଜ ଡ୍ୟାମ୍ ଏବେ ବିଶ୍ଵର ସବୁଠାରୁ ବଡ ନଦୀବନ୍ଧ ବୋଲି ବିବେଚନା କରାଯାଉଛି। ମାତ୍ର ବ୍ରହ୍ମପୁତ୍ରରେ ଯେଉଁ ବନ୍ଧ ତିଆରି କରାଯିବ ତାହା ଥ୍ରି ଜର୍ଜ ଡ୍ୟାମ୍ ଠାରୁ ବଡ ହେବ।
ଯୋଜନା ଅନୁଯାୟୀ ବ୍ରହ୍ମପୁତ୍ର ନଦୀ ଯେଉଁଠାରେ ଅରୁଣାଚଳ ପ୍ରଦେଶକୁ ପ୍ରବେଶ କରିଛି ସେହିଠାରେ ହିଁ ବନ୍ଧ ତିଆରି କରାଯିବ। ହିମାଳୟର ସର୍ବାଧୂକ ଖାଲୁଆ ଅଞ୍ଚଳ ଯେଉଁଠାରେ ବ୍ରହ୍ମପୁତ୍ର ନଦୀ ୟୁ ଟର୍ଣ୍ଣ ନେଇ ଭାରତ ସୀମାକୁ ପ୍ରବେଶ କରିଛି। ଏହି ଅଞ୍ଚଳରେ ବନ୍ଦ ନିର୍ମାଣ ଦ୍ବାରା ଭାରତ ବିଶେଷ ଭାବେ ପ୍ରଭାବିତ ହେବ। ଏହି ବନ୍ଧ ଭାରତର ନଦୀରେ ଜଳ ପ୍ରବାହକୁ ହ୍ରାସ କରିବା ସହିତ ବନ୍ୟାର ବିପଦ ସୃଷ୍ଟି କରିବ। କାରଣ ବର୍ଷାଋତୁରେ ଚୀନ ଯଦି ନଦୀବନ୍ଧରୁ ହଠାତ୍ ଜଳ ନିଷ୍କାସନ କରିବ ତେବେ ଭାରତରେ ବନ୍ୟା ସୃଷ୍ଟି ହେବ ।

- Advertisement -

ଅରୁଣାଚଳ ପ୍ରଦେଶ ନିକଟରେ ଭାରତ ମଧ୍ୟ ବ୍ରହ୍ମପୁତ୍ର ନଦୀରେ ବନ୍ଧ ନିର୍ମାଣ କରୁଛି। ଆନ୍ତଃ ସୀମାନ୍ତ ନଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ୨୦୦୬ରେ ଭାରତ ଓ ଚୀନ ବିଶେଷଜ୍ଞ ସ୍ତରୀୟ ବ୍ୟବସ୍ଥା (ଇଏଲଏମ୍) ସ୍ଥାପନ କରିଥିଲେ। ଏହି ବ୍ୟବସ୍ଥା କ୍ରମରେ ଭାରତ ବ୍ରହ୍ମପୁତ୍ର ଓ ସତ୍‌ଲେଜ୍‌ ନଦୀର ବନ୍ୟା ସ୍ଥିତି ସମ୍ପର୍କରେ ତ‌ଥ୍ୟ ଚୀନକୁ ପ୍ରଦାନ କରିଥିଲା । ଡିସେମ୍ବର ୧୮ରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ଆନ୍ତଃ ନଦୀ ଜଳ ବ୍ୟବସ୍ଥା ସମ୍ପର୍କରେ କ‌ଥାବାର୍ଭା ହୋଇଥିଲା

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories