ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ: ଓଡ଼ିଶୀ ନୃତ୍ୟର ଏକକ, ଦୈତ୍ୟ ଓ ଦଳଗତ ପରିବେଷଣ
ଭୁବନେଶ୍ୱର : ସାଂସ୍କୃତିକି କଲଚୁରାଲ ସୋସାଇଟି ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଓଡ଼ିଶୀ ଇଣ୍ଟରନ୍ୟାସନାଲ ଫୋରମ୍ ଆନୁକୂଲ୍ୟରେ ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ୧୫ତମ ବାର୍ଷିକ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ତୃତୀୟ ଦିନରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ଏକକ, ଦୈତ୍ୟ ଓ ଦଳଗତ ପରିବେଷଣ।
ପୂର୍ବାହ୍ନ ଅଧିବେଶନର ୧୦ ବର୍ଷରୁ କମ୍ ବର୍ଗରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀମାନେ ହେଲେ ଭୁବନେଶ୍ୱରର ଦେବାଂଶୀ ମୁଖାର୍ଜୀ, ବେଙ୍ଗାଲୁରୁର ଶ୍ରଦ୍ଧା ମହାନ୍ତି, ଭୁବନେଶ୍ୱରର ଶ୍ରେୟା ସ୍ୱତ୍ଭିକ୍ ସାହୁ, ଆମେରିକାର ମାଇରହ କର, କାନାଡ଼ାର ଶିବାଂଶୀ ଘୋଷ, ୨୦ ବର୍ଷରୁ କମ୍ ବର୍ଗରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀମାନେ ହେଲେ ବାଙ୍ଗାଲୁରୁର ଶିୟା ନନ୍ଦ, ଭୁବନେଶ୍ୱରର ଶ୍ରୀଜିତା ସୁମନ୍, ବେଙ୍ଗାଲୁରୁର ଆରାଧ୍ୟ ମହାନ୍ତି, ଆମେରିକାର ତରଙ୍ଗ ଯାଦବ, ଭୁବନେଶ୍ୱରର ପରିଦିକ୍ଷା ପଟ୍ଟନାୟକ, ସମ୍ବଲପୁରର ଅଂଶିକା ତ୍ରିପାଠୀ, ଆମେରିକାର କାବ୍ୟା ଲାୟର, ଆମେରିକାର ପ୍ରୀୟଦର୍ଶିନୀ ଅବନ୍ତି ବଙ୍ଗା, କଲିକତାର ଚିରଶ୍ରୀ ଭଣ୍ଡାରୀ, ଭୁବନେଶ୍ୱରର ତେଜଲ୍ ମିଶ୍ର, ରାଞô୍ଚର ରିୟାଶ୍ରୀ ପଣ୍ଡା, ମୁମ୍ବାଇର ତନେସ୍ଥା ପତି, ରାଉରକେଲାର ଅମଲିକା ପ୍ରଧାନ ଏବଂ ସ୍ୱୟଙ୍ଗ ସମ୍ପର୍ଣ୍ଣ।
ଅପରାହ୍ନ ଅଧିବେଶନର ପ୍ରଥମ ଉପସ୍ଥାପନାରେ ଥିଲା ସୋନାଲୀ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଭୁବନେଶ୍ୱରର ନୃତ୍ୟ ଉପାସନା ପୀଠ ଓ ଦୁସ୍ମନ୍ତ କୁମାର ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ ଜାଗୃତୀ କଲ୍ଚୁରାଲ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ। ଏକକ ନୃତ୍ୟ ପରିବେଷଣ କରିଥିଲେ ରାଉଲକେଲାର ରୋଜାଲିନ୍ ରାଉତ ଓ ଆମେରିକାର ସାକ୍ଷୀ ଯାଜୋ। ପରେ ପରେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ପୌଶାଳୀ ମୁଖାର୍ଜୀ ଡ଼୍ୟାନ୍ସ ଏକାଡ଼େମୀର ଓ ରାଞô୍ଚର ଦେବସୃତୀ ଓଡ଼ିଶୀ ଏକାଡ଼େମୀର ଶିଳ୍ପୀମାନେ। ପରବର୍ତ୍ତୀ ଏକକ ନୃତ୍ୟ ପରିବେଷଣ କରିଥିଲେ ଗୋହାଟୀର ଅଞ୍ଜନାମୟୀ ସଇକିୟା ଓ ତାଇୱାନର ହାନା ୱେଙ୍ଗ।
ସନ୍ଧ୍ୟା ଅଧିବେଶନର ପ୍ରଥମ କାର୍ଯ୍ୟକ୍ରମଟି ଥିଲା ରୋଜାଲୀନ ମହାପାତ୍ରଙ୍କ ଅନୁଷ୍ଠାନ ଦେବଦାସୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ମୋହନ ମୁରଲୀ ଛାଇ ଓ ପରେ ପରେ ତନିସା ତନୁଶ୍ରୀଙ୍କ ଦ୍ୱାରା ଏକକ ନୃତ୍ୟ ପରିବେଷଣ। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଓଡ଼ିଶୀ ଦୈତ୍ୟ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଜଲପାଇଗୁଡ଼ିର ଚନ୍ଦ୍ରିମା ଦେ ଓ ସୌପାଲ ଦାସ। ପରେ ପରେ ଭାରତୀ ନୃତ୍ୟ ମନ୍ଦିରର ଶିଳ୍ପୀମାନଙ୍କ ଦ୍ୱାରା ଆହେ ନିଳ ସଇଳ ଓ ପିତାମ୍ବର ବିଶ୍ୱାଳଙ୍କ ସୁରଭି ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଆନନ୍ଦ ଭୌରବୀ ପଲ୍ଲବୀ ପରିବେଷିତ ହୋଇଥିଲା। ଶେଷରେ ଶୁଭଲକ୍ଷ୍ମୀ ପାଢୀଙ୍କ ଉଡ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ନିୟତୀ ପରିବେଷିତ ହୋଇଥିଲା।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇଥିଲେ। ଶ୍ୟାମହରି ଚକ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ପରିକଳ୍ପିତ କରାଯାଇଥିଲା ବେଳେ ଆୟୋଜନରେ ସହଯୋଗ କରିଥିଲେ ସଙ୍ଗମିତ୍ରା ମୁଦୁଲୀ, ସୁଚେତା ମିଶ୍ର, ଡକ୍ଟର ପମ୍ପି ପଲ୍, ମନୋସ୍ୱନୀ ମହାନ୍ତୀ, ଦିନବନ୍ଧୁ ପତି ଓ ସ୍ୱାଧୀନ କୁମାର।
Comments are closed.