www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ଲଘୁଚାପ ପ୍ରଭାବରେ ଲଗାଣବର୍ଷା: ପାଚିଲା ଧାନ ଭାସିଲା କ୍ଷେତରେ ଓ ଭିଜିଲା ଖଳାରେ

ଆରଡି: ଗତ ୭ଦିନ ମଧ୍ଯରେ ଦୁଇଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କର ଉଜାଡି ଦେଇଛି ବର୍ଷକର ଦାନା। ଆରଡି ସମେତ ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ୨୧ଖଣ୍ଡ ଗାଁର ଶତାଧିକ ଚାଷୀଙ୍କର ଅମଳ ହୋଇଥିବା ପାଚିଲାଧାନ ଏବେ କ୍ଷେତରେ ଭାସୁଛି ଓ ଖଳାରେ ଭିଜୁଛି। ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଚାଷୀଙ୍କୁ କଲବଲ କରିଛି। ପ୍ରଥମ ବର୍ଷାରେ ବତୁରା ଧାନକୁ କ୍ଷେତ ଓ ଖଳାରେ ସାଉଁଟୁଥିବା ବେଳେ ପୁର୍ନବାର ଅଦିନିଆ ବର୍ଷା ଦାଉ ସାଜିଲା। ଫଳରେ ଗତ ୭ଦିନ ହେବ କ୍ଷେତରେ ବର୍ଷାପାଣି ୬\୭ଇଞ୍ଚି ଉଚ୍ଚରେ ଲହଡି ମାରୁଥିବାରୁ ଅମଳ ହୋଇଥିବା ଧାନ କଳେଇ ବୁଡି ଯାଇଥିବାରୁ ନଡା ପଚିବା ସହିତ ଧାନ ଗଜା ହେବାକୁ ଲାଗିଲାଣି।

ଚାଷୀଙ୍କ କହିବା ଅନୁଯାୟୀ ଚାଷ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ଯ ବିଳମ୍ବ ପରେ ଧାନ ଥୋଡ ଧରିବା ସମୟରେ ବାତ୍ଯା ଦାନା ଏହାକୁ ପ୍ରଭାବିତ କରିଥିଲା। ଯାହାକିଛି ବାତ୍ଯା ଦାନାରୁ ବର୍ତ୍ତି ଯାଇଥିଲା ସେତକ ଅଦିନିଆ ବର୍ଷା ଧୋଇନେବ। ସମବାୟ ବ୍ଯାଙ୍କ ଓ ଘରୋଇ ବ୍ଯାଙ୍କ ଋଣ କିପରି ସୁଜିବେ ବର୍ଷ ସାରା ପରିବାର କିପରି ଚଳାଇବେ ଚାଷୀ ଏବେ ଭାଙ୍ଗି ପଡିଛନ୍ତି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଅମଳଧାନର ଅନୁଧ୍ଯାନ କରି ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories