ଭୁବନେଶ୍ୱର : ଆମ୍ ଆଦ୍ମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩୧ ତାରିଖରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ କେଜ୍ରିୱାଲ ଯୋଗଦେବେ ବୋଲି ଆପ୍ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି। ଏହି ସଭାରେ ଆପ୍ର ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଯୋଗଦେବେ। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ , ଦଳିତ ନେତା ଅକ୍ଷୟ ମଲିକ ଓ ଦେବୀ ପୃଷ୍ଟିଙ୍କ ଆବାହକତ୍ୱରେ ଆୟୋଜିତ ଜନ ସମାବେଶରେ ଶ୍ରୀ କେଜରିୱାଲ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଆମ୍ ଆଦ୍ମି ପାର୍ଟିର କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି।
Popular Categories



