www.samajalive.in
Thursday, December 11, 2025
14.1 C
Bhubaneswar

କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ, କର୍କଟ ରୋଗରେ ଥିଲେ ପୀଡିତ

ଭବାନୀପାଟଣା : କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ । ଆଜି ସକାଳେ ମାଆ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଙ୍କ ର  ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହେଇଛି। ଗତ ଅକ୍ଟୋବରରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ। ପ୍ରଫେସର ଶତପଥୀ ୨୦୨୧ଏପ୍ରିଲ ୧୬ ତାରିଖରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ନେଇଥିଲେ। ଏଠାରେ ଯୋଗଦାନ ପରେ ସେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଏବଂ ପରେ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ର ନାନାବିଧ ଉନ୍ନତି କରିଯାଇଛନ୍ତି। ଜଗନ୍ନାଥ ସଂସ୍କୃତି ର ଜଣେ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର୍ ଶତପଥୀ ପୁରୀ ରୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଚକ ଆଣି ବିଶ୍ଵ ବିଦ୍ୟାଳୟ ପରିସରରେ ସ୍ଥାପନ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ଏଥିସହିତ ଛାତ୍ରଛାତ୍ରୀ ଙ୍କ ବୌଦ୍ଧିକ ବିକାଶ ପାଇଁ “ଉତିଷ୍ଠତ” ପ୍ରେରଣାଦାୟୀ ବକ୍ତୃତାମାଳା ଶୃଙ୍ଖଳ ଆରମ୍ଭ କରିଥିଲେ। ଏନସିସି ତଥା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟରେ ସେ ପିଲା ମାନଙ୍କୁ ଉତ୍ସାହିତ କରୁଥିଲେ। କଟକ ରେଭେନ୍ସା କଲେଜ ରେ ଉଚ୍ଚଶିକ୍ଷା ସମାପ୍ତ ପରେ ୧୯୮୪ ମସିହାରେ କଟକ କଲେଜ୍ ରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟକରିଥିବା ପ୍ରଫେସର ଶତପଥୀ ପରବର୍ତ୍ତୀ ସମୟରେ ରାଉରକେଲା, ଭବାନୀପାଟଣା, ବାଲେଶ୍ଵର, ବାରିପଦା, ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା କଲେଜ ରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ପାଇବା ପରେ ବିଶ୍ଵ ବିଦ୍ୟାଳୟ ସମେତ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳି ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ପୁଅ ଏବଂ ଝିଅ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସେ ଗୁରୁତର ହେବା ଖବର ପାଇ ଗତକାଲି ସନ୍ଧ୍ୟାରେ କିଛି ଅଧ୍ୟାପକ ଭୁବନେଶ୍ୱର ଯାଇଥିବାବେଳେ ଆଜି ଆଉ କିଛି ଅଧ୍ୟାପକ ଏବଂ କର୍ମଚାରୀ ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ଯାଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories