www.samajalive.in
Saturday, December 13, 2025
21.1 C
Bhubaneswar

ପୂର୍ବତନ ମଂଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ: ଲାଂଚ ନେବା ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ତାଙ୍କୁ ୧୦ ହଜାର ଟଂକା ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗିବାଡି ବ୍ଲକର ପୂର୍ବତନ ମଂଗଳ ସମ୍ପ୍ରସାରଣ ଅଧିକାରୀ ରଞ୍ଜନ ଜେନା ।

ମିଳିଥିବା ସୁଚନା ଅନୁସାରେ ଦାରିଙ୍ଗିବାଡି ବ୍ଲକର କିରିକୁଟୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସିଂ ପ୍ରତି ମାସରେ ପିଲାଙ୍କ ହଷ୍ଟେଲ ଖର୍ଚ୍ଚ, ଷ୍ଟାଇପେଣ୍ଡ ବାବଦରେ ଚେକ୍ ଦସ୍ତଖତ କରିବାକୁ ଡବ୍ଲ୍ୟୁଇଓ ଜେନାଙ୍କ ପାଖକୁ ଯାଆନ୍ତି । ହେଲେ ସେ ଚେକ୍‌ରେ ସାଇନ କରିବା ପାଇଁ ୨ ହଜାର ଟଂକା ମାଗନ୍ତି । ଯାହା ସବୁବେଳେ ଦେବା ସମ୍ଭବ ହୁଏ ନାହିଁ । ଇତି ମଧ୍ୟରେ ବିଦ୍ୟୁତ୍ ବିଲ ୩୪ ହଜାର ଟଙ୍କା ହୋଇଥିଲା । ଏହାର ବକେୟା ଦେବାକୁ ପ୍ରଧାନଶିକ୍ଷକ ଚେକ୍ ଧରି ଡବ୍ଲ୍ୟୁଇଓଙ୍କ ପାଖକୁ ଯାଇଥିଲେ । ହେଲେ ସେ ଆଳ ଦେଖାଇ ଦସ୍ତଖତ କରି ନଥିଲେ । ୨୦୧୬ ମସିହା ଡିସେମ୍ବର ୧୯ରେ ପ୍ରଧାନଶିକ୍ଷକଙ୍କ ଅନ୍ୟ ବିଦ୍ୟାଳୟକୁ ବଦଳୀ ହୋଇଥିଲା । ଅନ୍ୟ ଜଣେ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡିବାରୁ ପ୍ରଧାନଶିକ୍ଷକ ପୁଣି ଚେକ ନେଇ ଡବ୍ଲୁଇଓଙ୍କ ପାଖକୁ ଯାଇଥିଲେ । ହେଲେ ସେ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏତେ ଟଙ୍କା ଦେବା ସମ୍ଭବ ନୁହେଁ କହିବାରୁ ୩ ମାସର ମେସ ବାବଦ ୬ ହଜାର ଟଂକା ଲାଂଚ ମାଗିଥିଲେ । ଏ ନେଇ ପ୍ରଧାନଶିକ୍ଷକ ସୁବାସ ୨୧ ତାରିଖରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ପ୍ରଧାନଶିକ୍ଷକ ଡବ୍ଲ୍ୟୁଇଓଙ୍କୁ ୬ ହଜାର ଟଂକା ଦେଇଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ଡବ୍ଲ୍ୟୁଇଓଙ୍କ ପାଖରୁ ଟଂକା ଜବତ କରିବା ସହ ଗିରଫ କରିଥିଲେ । ବିଚାରପତି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭିଭି ରାମଦାସ ମାମଲା ପରିଚାଳନା କରୁଥିଲେ ।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories