www.samajalive.in
Tuesday, December 9, 2025
19.1 C
Bhubaneswar

ଓଏସଆରଟିସି ବସ ବନ୍ଦ୍ ନେଇ ଜନ ଅସନ୍ତୋଷ

ଲଡୁଗାଁ: କିଛିଦିନ ହେବ ପରିବହନ ବିଭାଗ ପକ୍ଷରୁ  ଓଏସଆରଟିସି ବସ ଚଳାଚଳ ବନ୍ଦ ରହିଛି। ବରଗଡ଼ରୁ ନବରଙ୍ଗପୁରକୁ ଯାଉଥିବା ଯାତ୍ରୀବାହୀ ବସ୍ କାହିଁକି ବନ୍ଦ୍ ରହିଛି ସେ ନେଇ ଏବେ ଜନଅସନ୍ତୋଷ ଦେଖାଦେଇଛି।  ଦୈନନ୍ଦିନ ଜୀବନରେ ଏହି ବସ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଏବେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ବସଟି ନବରଙ୍ଗପୁରରୁ ପାହାନ୍ତିଆରୁ ବାହାରି ସକାଳ ୭ ଘଣ୍ଟାରେ କୋକସରା ବ୍ଲକର ଆମପାଣି, ଶିଉନି, ମହାଜନଗୁଡା, କାଉଡୋଳା, କୋକସରା, ଚିଲିଗୁଡା, କୁସୁମଖୁଣ୍ଟି, ମୋଟେର ଅଞ୍ଚଳ ଦେଇ ଯାଉଥିବା ବେଳେ ଏହି ଅଞ୍ଚଳ ସମେତ ଅନ୍ୟାନ୍ୟ ଗାଁର  ଶତାଧିକ ଯାତ୍ରୀ ନିର୍ଭର କରି ରହୁଥିଲେ। ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନ ତଥା ଯାତ୍ରୀମାନେ ଜିଲ୍ଲା ମୁଖ୍ୟାଳୟ ସମେତ କେସିଙ୍ଗା, ବଲାଙ୍ଗୀର, ବରଗଡ଼ ବିଭିନ୍ନ କାମରେ ଯିବାପାଇଁ ନିର୍ଭରଶୀଳ ରହୁଥିଲେ। ଦୀର୍ଘ ବର୍ଷ ଧରି ଏହି ବସଟି ବରଗଡ଼ ଓ ନବରଙ୍ଗପୁର ମଧ୍ୟରେ ଯାତ୍ରୀଙ୍କ ପାଇଁ ଅତ୍ୟନ୍ତ ସୁବିଧା ଜନକ ଥିଲା। ଏବେ  ବସକୁ ବରଗଡ଼ ଓଏସଆରଟିସି ବିଭାଗ ପକ୍ଷରୁ ଏହି ରୁଟରେ ଚଳାଚଳ ବନ୍ଦ କରାଯାଇଥିବା ଶୁଣିବାକୁ ମିଳୁଛି । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ୪ ଜିଲ୍ଲା କୁ ଗମନାଗମନ କ୍ଷେତ୍ରରେ ଯୋଡୁଥିବା  ଏହି ବସ ସେବା ନ ପାଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏଥିସହ  ବିଭାଗ ପୁନଃ ଏହି ବସ ସେବା ଯୋଗାଇ ଦେବାକୁ ଅଞ୍ଚଳର ଯାତ୍ରୀ  ଦାବି କରିଛନ୍ତି। ଏନେଇ ବରଗଡ଼ ଓଏସଆରଟିସି ଅଧିକାରୀଙ୍କ କହିବା କଥା ବସ ଚଳାଚଳ ବନ୍ଦ ହୋଇନାହିଁ, ଗାଡି ମରାମତି ପାଇଁ କିଛିଦିନ ହେବ ସେବା ବନ୍ଦ ରହିଛି, ଆସନ୍ତା ୩ ଦିନ ମଧ୍ୟରେ ପୁଣି ବସ ସେବା ଆରମ୍ଭ ହେବ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories