www.samajalive.in
Saturday, December 13, 2025
26.1 C
Bhubaneswar

ହିମାଚଳପ୍ରଦେଶରେ ବରଫ ବର୍ଷା : ଫସିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ : ସାରା ଦେଶରେ ପ୍ରବଳ ଥଣ୍ଡା ଜାରି ରହିଛି। କୋହଲା ପାଗ ସାଙ୍ଗକୁ ହାଡଭଙ୍ଗା ଶୀତ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରି ପକାଉଛି । ହିମାଚଳପ୍ରଦେଶରେ ବରଫ ବର୍ଷା ଜାରି ରହିଛି। ବଡ ଦିନ ଏବଂ ନୂଆବର୍ଷ ପାଳନ ଲାଗି ମନାଲି ଯାଇଥିବା ଶହ ଶହ ପର୍ଯ୍ୟଟକ ସେଠାରେ ଫସି ରହିଛନ୍ତି। ସୋଲାଙ୍ଗରୁ ଅଟଳ ଟନେଲ ମଧ୍ୟରେ ପ୍ରାୟ ଶହ ଶହ ଗାଡିମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି। ୭୦୦ ରୁ ଅଧିକ ଗାଡିକୁ ଉଦ୍ଧାର କରାଯାଇଛି। ଡିସେମ୍ବର ୮ ତାରିଖରେ ଏଠାରେ ପ୍ରଥମ ତୁଷାରପାତ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ହୋଇଥିବା ବରଫ ବର୍ଷା ପର୍ଯ୍ୟଟକଙ୍କୁ ବେଶୀ ଆକୃଷ୍ଟ କରିଛି। ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବା ଲାଗି ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories