ସମ୍ବଲପୁର: ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ୫୦ତମ ବାର୍ଷିକ କ୍ରିଡା ଉତ୍ସବ ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି। ବାର୍ଷିକ କ୍ରିଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସଦସ୍ୟ ଡ. ବାବୁଲୁ କୁମାର ପଟ୍ଟନାୟକଙ୍କ ସହିତ ସମ୍ପାଦକ ବିରେନ୍ଦ୍ର କୁମାର ପାଣିଗ୍ରାହୀ, ଶ୍ରୀ ଅରବିନ୍ଦ ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷ ବ୍ରଜ କିଶୋର ହୋତା ଓ ଉପାଧ୍ୟକ୍ଷ ବିଶ୍ୱେଶ୍ୱର ବସ୍ତିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଏହି ଅବସରରେ ନର୍ସରୀ ଓ କେଜି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କୌତୁକ ପୋଷାକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। କ୍ରିଡା ପ୍ରତିଯୋଗିତାରେ ୨୧୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମର ଶେଷରେ ଉପାଧ୍ୟକ୍ଷ ବିଶ୍ୱେଶ୍ୱର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।



