www.samajalive.in
Saturday, December 13, 2025
26.1 C
Bhubaneswar

ଜାରି ରହିଛି ‘ଉରୀ-ଦି ସର୍ଜିକାଲ୍‍ ଷ୍ଟ୍ରାଇକ୍‍’ ର ଯାଦୁ : ଟପିବ ୧୫୦କୋଟି

ମୁମ୍ବଇ : ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ୍‍ ଷ୍ଟ୍ରାଇକ୍‍’ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ନିଜ ଯାଦୁ ବିସ୍ତାର କରି ରଖିଛି। ଚଳଚ୍ଚିତ୍ରଟି ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଥିବା ବେଳେ ୨୬ ଜାନୁଆରୀ ଅବସରରେ ଏହାକୁ ଆହୁରି ଲାଭ ମିଳିଛି। ଚଳଚ୍ଚିତ୍ର ମୁକ୍ତିଲାଭର ୧୭ଦିନରେ ଅର୍ଥାତ୍‍ ରବିବାର ସୁଦ୍ଧା ଏହା ୧୫୦କୋଟି ପାର କରିବ ବୋଲି ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ କହିଛନ୍ତି।

ସୂଚନା ଅନୁସାରେ, ଶନିବାର ସୁଦ୍ଧା ଚଳଚ୍ଚିତ୍ର ମୋଟ୍‍ ୧୪୮.୧୮ କୋଟି ଟଙ୍କା ଆୟ କରିଛି। ତେବେ ନିକଟରେ ମୁକ୍ତିଲାଭ କରିଥିବା ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ ଓ ‘ଠାକରେ’ ଏହାକୁ ଟକ୍କର ଦେଉଥିଲେ ମଧ୍ୟ ଚଳଚ୍ଚିତ୍ରର ଆୟରେ କୌଣସି ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ‘ଉରୀ-ଦି ସର୍ଜିକାଲ୍‍ ଷ୍ଟ୍ରାଇକ୍‍’ ୨୦୦ କୋଟି ମଧ୍ୟ ଛୁଇଁ ପାରେ ବୋଲି ତରଣ ଆଦର୍ଶ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories