ଅଲ ଇଣ୍ଡିଆ ଗାର୍ଡ କାଉନସିଲ ସମ୍ବଲପୁର ମଣ୍ଡଳର ଦ୍ୱିତୀୟ ବାର୍ଷିକ ଅଧିବେଶନ ଆୟୋଜିତ

ସମ୍ବଲପୁର: ରବିବାର ସମ୍ବଲପୁର ସହରର ଅଗ୍ରସେନ ଭବନ ଠାରେ ପୁର୍ବତନ ରେଳପଥର ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲର ସମ୍ବଲପୂର ମଣ୍ଡଳର ଦ୍ୱିତୀୟ ବାର୍ଷିକ ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୂର ଡିଭିଜନ ଅନ୍ତର୍ଗତ ସମ୍ବଲପୂର, ସମ୍ବଲପୂର ସିଟି ଓ ଟିଟିଲାଗଡ଼଼ ଶାଖାରୁ ସବୁ ଟ୍ରେନ ମ୍ୟାନେଜର ମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହିଥିଲେ। ଏଥିରେ କେନ୍ଦ୍ରୀୟ କାର୍ଯ୍ୟ ନିର୍ବାହୀ ସଭାପତି ସନ୍ତୋଷ କୁମାର ନିଶଙ୍କ, କେନ୍ଦ୍ରୀୟ ମହାସଚିବ ଡି. ବିଶ୍ବାସ, ଜୋନାଲ ସମ୍ପାଦକ ଏ.କେ ଦାଶ, ଜୋନାଲ ସଭାପତି ପିଭିଏପି ପ୍ରସାଦ, ଡିଭିଜିନାଲ ସମ୍ପାଦକ ଛନ୍ଦା ଚରଣ ସଲମା, ସମ୍ବଲପୁର ଡିଭିଜନର ସମ୍ପାଦକ ଗୈ।ରହରୀ ନାଏକ, ଟିଟିଲାଗଡ଼଼ର ସମ୍ପାଦକ ବିକାଶ କୁମାର, ସମ୍ବଲପୂର ସିଟି ର ସମ୍ପାଦକ ଦିନେଶ କୁମାର, ସିଡବ୍ଲୁସି ସଭ୍ୟ ଅଲିମ ଖାନ୍, ରାକେଶ କୁମାର, ଜୋନାଲ ଉପ ସଭାପତି ଶଙ୍କର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଶେଷ କରି ଏହି ବୈଠକରେ ସମ୍ବଲପୂର ଡିଭିଜନରେ ଖାଲି ପଡ଼ିଥିବା ରେଲୱେ ମ୍ୟାନେଜର ପଦବିକୁ ପୁରଣ କରିବା, ପୁରୁଣା ପେନସନ ବ୍ୟବସ୍ଥା ସହ ବହୁଦିନରୁ ଗ୍ରେଟ୍ ପେ ଲାଗୁ କରାଯିବାକୁ ଦାବି ସହ ଟ୍ରେନ ମ୍ୟାନେଜରଙ୍କ ବିଭିନ୍ନ ଦାବି ଓ ତାହାର ସମାଧାନ କରିବାକୁ ଦାବି କରାଯାଇଛି।

Comments are closed.