www.samajalive.in
Saturday, December 13, 2025
26.1 C
Bhubaneswar

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଐଶ୍ୱର୍ଯ୍ୟ-ବୈଭବର ସ୍ୱାମୀ । ପ୍ରତ୍ୟେକଙ୍କ ଜୀବନରେ ଶୁକ୍ରଙ୍କ କୃପାରୁ ସୁଖ ସମୃଦ୍ଧି, ଧନ-ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ୨୮ ଡିସେମ୍ବର ୨୦୨୪ରେ ଶୁକ୍ର କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହା ଚଳିତ ବର୍ଷର ଶେଷ ଚଳନ । ତେବେ ଏହି ଚଳନ ଫଳରେ ୪ ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ମିଳିବା ସହ ଜୀବନ ସୁଖମୟ ହେବ । ପୈତୃକ ସମ୍ପତ୍ତିରୁ ମଧ୍ୟ ଏମାନେ ଲାଭବାନ୍‌ ହେବେ । ଜାଣନ୍ତୁ..
୨୮ ଡିସେମ୍ବର ୨୦୨୪ରେ ରାତି ୧୧ଟା ୨୮ ମିନିଟ୍‌ରେ ଶୁକ୍ର କୁମ୍ଭ ରାଶିରେ ଚଳନ କରିବେ । କୁମ୍ଭ ରାଶିଙ୍କ ସ୍ୱାମୀ ଶନି ଗ୍ରହ । ଶୁକ୍ର ଓ ଶନି ଦେବ ମିତ୍ର ଗ୍ରହ ।

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଛାତ୍ରଛାତ୍ରୀ ମଧ୍ୟ ଲାଭବାନ୍‌ ହେବେ । ଜୀବନରେ ଅନେକ ଖୁସି ସହ ହଠାତ୍‌ ଧନ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ନୂଆ ଯାନ କିଣିବାର ମଧ୍ୟ ଯୋଗ ରହିଛି ।

- Advertisement -

ମିଥୁନ – ପରିବାର ସହ ଗୁରୁଙ୍କ ସହଯୋଗ ମିଳିବ । ଯାତ୍ରା କରିବାର ଯୋଗ ରହିଛି । ବାଣୀ ପାଇଁ ପ୍ରଶଂସିତ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ମା’ଲକ୍ଷ୍ମୀଙ୍କ ବ୍ରତ ପାଳନ କରନ୍ତୁ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ଶୁକ୍ରଙ୍କ ଚଳନ ସପ୍ତମ ଭାଗରେ ହେବ । ବିବାହ-ପ୍ରେମ ପାଇଁ ସମୟ ଅନୁକୂଳ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ । ଦାମ୍ପତ୍ୟ ଜୀବନକୁ ଅଧିକ ସୁଖମୟ କରିବା ପାଇଁ ଶୟନ କକ୍ଷରେ ଯୋଡା ପକ୍ଷୀର ମୂର୍ତ୍ତି ରଖନ୍ତୁ ।

ବାସ୍ତୁ ଦୋଷ: ଜାଣନ୍ତୁ ପତି-ପତ୍ନୀ ମଧ୍ୟରେ କଳହର କାରଣ ଖଟ ନୁହେଁ ତ, ବାସ୍‌ ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସନ୍ତାନ ସୁଖ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଅଧିକ ଶୁଭଫଳ ପାଇଁ ଶୁକ୍ରଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଉଚ୍ଚ ପଦ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories