www.samajalive.in
Sunday, December 14, 2025
26.1 C
Bhubaneswar

ରୁଷରେ ୯/୧୧ ପରି ଆକ୍ରମଣ, ସାମ୍ନାକୁ ଆସିଲା ବିସ୍ଫୋରଣର ଭୟଙ୍କର ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ରୁଷରେ ହୋଇଛି ୯/୧୧ ପରି ଆକ୍ରମଣ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେହିପରି ଆକ୍ରମଣ ହୋଇଛି ରୁଷ ଉପରେ। ଏହି ଆକ୍ରମଣ କରିଛି ୟୁକ୍ରେନ। ତଫାତ ଏହା ଯେ, ଡବ୍ଲ୍ୟୁଟିସିରେ ଆତଙ୍କବାଦୀ ବିମାନ ଦ୍ଵାରା ଆକ୍ରମଣ କରିଥିବାବେଳେ ଏଠାରେ ୟୁକ୍ରେନ ଡ୍ରୋନକୁ ବ୍ୟବହାର କରିଛି। ବିସ୍ଫୋରକ ଭର୍ତ୍ତି ଡ୍ରୋନ ସହାୟତାରେ ୟୁକ୍ରେନ ରୁଷର କାଜାନ ସହରରେ ଥିବା ଏକାଧିକ ବହୁତଳ ବିଶିଷ୍ଟ କୋଠାରେ ବିସ୍ଫୋରଣ ଘଟାଇଛି। ଯାହାର ଭୟଙ୍କର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଆକ୍ରମଣର ଭିଡିଓ ଘୂରି ବୁଲୁଛି।

ଗୋଟିଏ କିମ୍ବା ଦୁଇଟି ନୁହେଁ କାଜାନ ସହରର ୬ଟି ବଡ଼ ବଡ଼ କୋଠାକୁ ଟାର୍ଗେଟ କରିଛି ୟୁକ୍ରେନ। କୋଠାଗୁଡ଼ିକରେ ଡ୍ରୋନକୁ ମାଡ଼ କରାଇ ବିସ୍ଫୋରଣ କରାଯାଇଛି। ଏସବୁ ଘଟଣାରେ କେତେଜଣ ମୃତାହତ ହୋଇଛି ତାହାର ସ୍ପଷ୍ଟ ଖବର ଏଯାଏ ମିଳିନାହିଁ। କିନ୍ତୁ ୟୁକ୍ରେନ ଏପରି ଆକ୍ରମଣ କରି ବର୍ବରତାର ସୀମା ଟପିଯାଇଥିବା କୁହାଯାଉଛି।

- Advertisement -

ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ଇଙ୍ଗିତ ଏବଂ ସମର୍ଥନରେ ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବାଇଡେନ ବିଦାୟ ନେଉଥିବାରୁ ୟୁକ୍ରେନ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି। ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ସମର୍ଥନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ବାଇଡେନଙ୍କ ସହାୟତାରେ ୟୁକ୍ରେନ ରୁଷ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ସୂଚନାଯୋଗ୍ୟ, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ରର ବହୁତଳ କୋଠାରେ ବିମାନ ଦ୍ଵାରା ଆକ୍ରମଣ କରାଯାଇଥିଲା। ବିମାନକୁ ହାଇଜ୍ୟାକ କରାଯାଇ ସେଥିରେ ବିସ୍ଫୋରକ ରଖି କୋଠାର ମଧ୍ୟଭାଗରେ ମାଡ଼ କରାଯାଇଥିଲା। ଏଥିରେ ୨୯୭୭ ଲୋକ ପ୍ରାଣ ହରାଇଥିବାବେଳେ ୩୫୦ରୁ ଅଧିକ ଆହତ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଅଲକାଏଦାର ୯ ଆତଙ୍କୀ ଏହି ଆକ୍ରମଣ ଘଟାଇଥିବାବେଳେ ଏହାର ମାଷ୍ଟର ମାଇଣ୍ଡ ଥିଲା ଓସାମା ବିନ ଲାଡେନ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories