www.samajalive.in
Sunday, December 14, 2025
16.1 C
Bhubaneswar

ଗୋପାଳପୁର ବେଳାଭୂମିରେ ପାଣି ଟୋପାଏ ପାଇଁ ଡହଳବିକଳ ପର୍ଯ୍ୟଟକ

ଗୋପାଳପୁର : ଗୋପାଳପୁର ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବେଳାଭୂମି ମଧ୍ୟରୁ ଗୋଟିଏ ବୋଲି ପରିଗଣିତ ହେଉଥିବାବେଳେ ଏଠାରେ କିନ୍ତୁ ପର୍ଯ୍ୟଟକଙ୍କ ନିମନ୍ତେ କୈାଣସି ଆନୁସାଙ୍ଗିକ ସୁବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ବିଶେଷ କରି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ପିଇବା ପାଣି ଟୋପାଏ ପାଇବା ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ବେଳାଭୂମି ଅଞ୍ଚଳରେ ଗୋଟିଏ ହେଲେ ନଳକୂପ କିମ୍ବା ପାଣି ଟ୍ୟାପ୍ ନଥିବାରୁ ପର୍ଯ୍ୟଟକ ମାନେ ପିଇବା କିମ୍ବା ସମୁଦ୍ରରେ ବୁଲାବୁଲି କରି ଫେରିବା ପରେ ଗୋଡ଼ ହାତ ଧୋଇବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୩୦ ବର୍ଷ ଧରି ବେଳାଭୂମି ନିକଟରେ ଥିବା ହୋଲିଡେ ହୋମ ଗେଷ୍ଟ ହାଉସ ସମ୍ମୁଖରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନଳକୂପ ସ୍ଥାପନ କରାଯାଇଥିଲା। କିନ୍ତୁ ୨୦୨୧ ରେ ବେଳାଭୂମିର ଉନ୍ନତିକରଣ ସମୟରେ ନଳକୂପ ପାଣି ରାସ୍ତାରେ ଭାସୁଥିବା ଯୋଗୁଁ ତତ୍କାଳୀନ ଜିଲ୍ଲାପାଳଙ୍କ ପକ୍ଷରୁ ଉକ୍ତ ନଳକୂପକୁ ବନ୍ଦ କରିଦେବାକୁ ଆଦେଶ ଦିଆଯାଇଥିଲା। ଯାହା ଫଳରେ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଏହାପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ଏନଏସି ପକ୍ଷରୁ ବେଳାଭୂମି ଅଞ୍ଚଳରେ ପର୍ଯ୍ୟଟକଙ୍କ ନିମନ୍ତେ ପିଇବା ପାଣିର ବ୍ୟବସ୍ଥା କରାଯାଇ ପାରିନାହିଁ। ପର୍ଯ୍ୟଟକଙ୍କ ଶୌଚ ନିମନ୍ତେ ୧ କୋଟି ବ୍ୟୟରେ ଏ ଓ୍ବାନ ଶୈଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ସକାଳ ୭ ରୁ ୧୧ ଏବଂ ଅପରାହ୍ନ ୪ ରୁ ରାତି ୮ ଟା ପର୍ଯ୍ୟନ୍ତ ହିଁ ଖୋଲା ଯାଉଥିବାରୁ ପର୍ଯ୍ୟଟକମାନେ ଏହାର ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ତୁରନ୍ତ ପିଇବା ପାଣିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories