www.samajalive.in
Saturday, December 6, 2025
23.1 C
Bhubaneswar

ବଜାରକୁ ଆସିଲା କିଆ ସିରୋସ୍, ଫେବୃୟାରୀରୁ ପାଇବେ ଗ୍ରାହକ

ନୂଆଦିଲ୍ଲୀ : ସାଉଥ୍ କୋରିଆର କାର ନିର୍ମାତା କମ୍ପାନୀ କିଆ ଭାରତୀୟ ବଜାରରେ ନିଜ ନୂଆ ସିରୋସ୍ ଏସୟୁଭି ନେଇଆସିଛି । ଏହା କମ୍ପାନୀର ଭାରତୀୟ ବଜାରରେ ୭ମ ମଡେଲ । କମ୍ପାନୀର ପୋର୍ଟଫୋଲିଓରେ ସୋନେଟ୍, ସେଲଟସ୍, କ୍ୟାରେନ୍ସ, କାର୍ନିଭାଲ୍, ଇଭି୬ ଓ ଇଭି୯ ପୂର୍ବରୁ ସାମିଲ । କମ୍ପାନୀ ସିରୋସରେ ଅନେକ ଦମଦାର ଫିଚର୍ ଦେଇଛି । ଏହାର ବୁକିଂ ୩ ଜାନୁୟାରୀ ୨୦୨୫ରୁ ଆରମ୍ଭ ହେବ । ଫେବୃୟାରୀରୁ ଏହାର ଡେଲିଭରୀ ପାଇପାରିବେ ଗ୍ରାହକ ।

କିଆ ନିଜ ଏସୟୁଭିର ନାଁ ଗ୍ରୀକର ଏକ ଦ୍ବୀପ ନାଁ ଅନୁସାରେ ରଖିଛି । ଏହି ନୂଆ ଏସୟୁଭିକୁ ଅଧିକ ସ୍ପେସିୟସ୍ କରାଯାଇଛି । ଏଥିରେ ରିକ୍ଲାଇନିଂ ରିୟର ସିଟ୍ ମିଳିବ । ଏଲଇଡି ଲାଇଟ୍ସ, ଏଲଇଡି ଡିଆରଏଲ୍ସ, ପାନାରୋମିକ ସନରୁଫ୍, ଏଲଇଡି ଟେଲ୍ ଲାଇଟ୍ସ, ଏମ୍ବିଆଣ୍ଟ୍ ଲାଇଟ୍ସ, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୧୦.୨୫ ଇଞ୍ଚ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, ଟେରେନ୍ ଓ ଡ୍ରାଇଭିଂ ମୋଡ୍ସ, ଓ୍ବେୟାରଲେସ୍ ଚାର୍ଜର, ୬ ଏୟାରବ୍ୟାଗ୍ସ, ଏବିଏସ୍, ଇବିଡି ଆଦି ଫିଚର୍ସ ମିଳୁଛି ।

- Advertisement -

ଏଥିରେ ୬ ସ୍ପିଡ୍ ମାନୁଆଲ୍ ଓ ୭ ସ୍ପିଡ୍ ଡିସିଟି ଟ୍ରାନ୍ସମିଶନ ସହିତ ଯୋଡାଯାଇଛି । ଡିଜେଲ ଭାରିଆଣ୍ଟରେ ୧.୫ ଲିଟର ଡିଜେଲ୍ ଇଞ୍ଜିନ ଦିଆଯାଇଛି ଯାହା ସୋନେଟ୍, ସେଲଟସ୍ ଓ କିଆ କ୍ୟାରେନ୍ସକୁ ପାଓ୍ବର ଦେଇଥାଏ । ସିରୋସରେ ଡିଜେଲ ୧୧୬ ବିଏଚପିର ସର୍ବାଧିକ ପାଓ୍ବର ଓ ୨୫୦ ଏନଏମର  ପିକ୍ ଟର୍କ ଉତ୍ପନ କରିଥାଏ । ଯେଉଁମାନେ ଏକ କମ୍ପାକ୍ଟ ଏସୟୁଭିର ସନ୍ଧାନ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ସାଜିବ ବୋଲି କମ୍ପାନୀ ଦାବି କରିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories