www.samajalive.in
Friday, December 12, 2025
16.1 C
Bhubaneswar

ରାହୁଲଙ୍କ ନାମରେ ଥାନାରେ ଏତଲା

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସୁରଜ ସଂସଦ ମାର୍ଗ ଥାନାରେ ରାହୁଲଙ୍କ ବିରୋଧରେ ଏତଲା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ସଂସଦ ଭବନ ପାଖରେ ଠେଲାପେଲା ଘଟଣାରେ ବିଜେପି ପକ୍ଷରୁ ଏହି ଏତଲା ଦିଆଯାଇଛି।

ଗୁରୁବାର ସଂସଦ ଭବନ ଶିଡ଼ିରୁ ଖସି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଅନ୍ୟଜଣେ ସାଂସଦ ମୁକେଶ ରାଜପୁତ ବି ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ରାହୁଲ ଗାନ୍ଧୀ ଧକ୍କା ଦେବାରୁ ପ୍ରତାପ ତଳେ ପଡ଼ି ଆହତ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ରାହୁଲଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସେ କହିଥିଲେ ଯେ, ସେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଂସନ ଭବନ ଭିତରକୁ ପ୍ରବେଶ କରିବା ସମୟରେ ବିଜେପି ସାଂସଦମାନେ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଯାହାଫଳରେ ଏପରି ଘଟଣା ଘଟିଲା ବୋଲି ରାହୁଲ କହିଥିଲେ। ତେବେ ଏହି ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିବା ସହିତ ରାହୁଲଙ୍କୁ କଡ଼ା ସମାଲୋଚନା କରିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories