www.samajalive.in
Monday, December 8, 2025
27.1 C
Bhubaneswar

ବିରଳ ପ୍ରଜାତିର ବାଦୁଡ଼ି ଠାବ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଯମୁନା ଜୈବବିବିଧତା ଉଦ୍ୟାନରେ ଏକ ବିରଳ ପ୍ରଜାତିର ବାଦୁଡ଼ି(ରଫଟନ୍‌ସ ଫ୍ରି ଟେଲ୍‌ଡ ବ୍ୟାଟ) ଠାବ ହୋଇଛି। ଏହି ପ୍ରଜାତି କେବଳ ବିଶ୍ଵର ୩ଟି ସ୍ଥାନରେ ଦେଖିବାକୁ ମିଳନ୍ତି। ମେଘାଳୟର ଜୈନ୍ତିଆ ପାହାଡ଼, ଓ୍ବେଷ୍ଟର୍ନଘାଟ୍‌ ଏବଂ କମ୍ବୋଡିଆରେ ଏହି ପ୍ରଜାତିର ବାଦୁଡ଼ିଙ୍କୁ ଦେଖିବାକୁ ମିଳେ ବୋଲି ବାୟୋଡାଇଭର୍ସିଟି ବିଶେଷଜ୍ଞ ଫୟାଜ ଏ. ଖୁଦସର କହିଛନ୍ତି। ୧୯୧୩ ମସିହାରେ ବ୍ରିଟିଶ ପ୍ରାଣୀବିଜ୍ଞାନୀ ଡ. ଏମ.ଆର. ଓଲ୍ଡଫିଲ୍ଡ ଟମାସ ଏହି ପ୍ରଜାତିର ବାଦୁଡ଼ିଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ। ସାଧାରଣ ବାଦୁଡ଼ିଙ୍କଠାରୁ ଏହା ଦେଖିବାକୁ ବଡ଼। ଏମାନଙ୍କ କାନ ମୁହଁର ଥୋମଣି ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ। ଦୁଇଟି ରଙ୍ଗରେ ଏମାନଙ୍କୁ ଦେଖିବାକୁ ମିଳେ ବୋଲି ଖୁଦସର କହିଛନ୍ତି। ଏମାନେ କ’ଣ ଖାଆନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। କିନ୍ତୁ ବିଭିନ୍ନ ପ୍ରକାର ପୋକ ଏମାନଙ୍କ ଆହାର ହୋଇଥାଇପାରନ୍ତି ବୋଲି ସେ କହିଛନ୍ତି।

ଖୁଦସରଙ୍କ କହିବା ଅନୁସାରେ, ଦିଲ୍ଲୀରେ ୧୪ ପ୍ରଜାତିର ବାଦୁଡ଼ିଙ୍କୁ ଦେଖିବାକୁ ମିଳେ। ହେଲେ ବର୍ତ୍ତମାନ ସମୟରେ ଆଉ ବାଦୁଡ଼ି ଦେଖାଯାଉନାହାନ୍ତି। କିଛି ପ୍ରଜାତି ବିଲୁପ୍ତ ହୋଇଗଲେଣି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories