www.samajalive.in
Sunday, December 7, 2025
16.1 C
Bhubaneswar

ବାସ୍ତୁ ନିୟମ ; ଘରେ କେଉଁଠି ରଖିଲେ ପିତ୍ତଳ କଇଁଛ, ମା’ଲକ୍ଷ୍ମୀ ବର୍ଷଯାକ କରିବେ ଧନବର୍ଷା, ନଚେତ୍‌..

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପିତ୍ତଳ କଇଁଛ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହି କଇଁଛକୁ ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଧନ ପ୍ରାପ୍ତି ପାଇଁ ନୂଆ ନୂଆ ମାର୍ଗ ସାମ୍ନାକୁ ଆସିଥାଏ । ଘରେ ସୁଖସମୃଦ୍ଧି ବୃଦ୍ଧି ସହ ଧନର ଅଭାବ ଦୂର ହୋଇଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୁଏ ନାହିଁ । ତେବେ ପିତ୍ତଳ କଇଁଛକୁ ସର୍ବଦା ସଠିକ୍‌ ଦିଗରେ ରଖିବା ନିତାନ୍ତ ଜରୁରୀ । ନଚେତ୍‌ ବିପରୀତ ଫଳ ମିଳିଥାଏ । ଜାଣନ୍ତୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା ନିୟମ ବିଷୟରେ..

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପିତ୍ତଳ କଇଁଛ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହା ଘରକୁ ସୁରକ୍ଷା ଓ ସମୃଦ୍ଧି ପ୍ରଦାନ କରିଥାଏ । ପିତ୍ତଳ, ସୁନା, ଚାନ୍ଦି କଇଁଛକୁ ସର୍ବଦା ଉତ୍ତର କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖିବା ଉଚିତ୍‌ । କ୍ରିଷ୍ଟଲ୍‌ କଇଁଛକୁ ଐଶାନ୍ୟ କୋଣରେ ରଖିବା ଶୁଭଙ୍କର ବୋଲି କୁହାଯାଏ ।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

- Advertisement -

କଇଁଛକୁ ସର୍ବଦା ପାଣିରେ ବୁଡାଇ ରଖନ୍ତୁ । ଏହି ପାଣିକୁ ନିୟମିତ ବଦଳାନ୍ତୁ । ସେହି ସ୍ଥାନରେ ଅଧିକ ସମୟ ଚଳ ପ୍ରବଳ କରୁଥିଲେ ଅଧିକ ଶୁଭଫଳ ମିଳିଥାଏ ।

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

ମୁଖ୍ୟ ଦ୍ୱାର ନିକଟରେ, ଘରର ଭିତର ଆଡକୁ ମୁହଁ କରି ରଖିପାରିବେ । ପୂଜା ଘରେ ମଧ୍ୟ ଏହାକୁ ରଖିପାରିବେ ।

ବାସ୍ତୁ ଅନୁସାରେ ପିତ୍ତଳ କଇଁଛକୁ ଘରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ । ବର୍ଷଯାକ ଘରେ ଧନର ଅଭାବ ରହିନଥାଏ । ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ସଠିକ୍‌ ନିୟମ ଓ ଦିଗରେ ରଖିବା ଦ୍ୱାରା ହିଁ ସଠିକ୍‌ ଫଳ ମିଳିଥାଏ । ପରିବାରରେ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲା ବିଶାଳକାୟ ସାପ, ଯୁବକ କଲେ ଏମିତି..

ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories