www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସମସ୍ତେ ନିଷ୍ଠାପର ଭାବରେ ସାଧୁତାର ସହ କାମ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଇଏସଆଇ ନିର୍ଦ୍ଦେଶାଳୟରେ ନୂତନଭାବେ ଯୋଗଦାନ କରିବାକୁ ଯାଉଥିବା ୧୩ ଜଣ କର୍ମଚାରୀଙ୍କୁ ଲୋକ ସେବା ଭବନର ସମ୍ମିଳନୀ କକ୍ଷଠାରେ ନିଯୁକ୍ତିପତ୍ର ପ୍ରଦାନ ଉସିବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ଯେ, ଆଜି ଯେଉଁମାନେ ଏହି ବିଭାଗ ଅଧୀନରେ ଥିବା ଇଏସଆଇ ନିିର୍ଦ୍ଦେଶାଳୟରେ ନୂତନଭାବେ କନିଷ୍ଠ ସହାୟକ, ଟାଇପିଷ୍ଟ ଓ କ୍ଷିପ୍ରଲେଖକଭାବେ ଯୋଗଦାନ କରିବାକୁ ଯାଉଛନ୍ତିି, ସେମାନେ ସମସ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇଛନ୍ତିି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସମସ୍ତେ ନିଷ୍ଠାପର ଭାବରେ ସାଧୁତାର ସହ କାମ କରିବେ । ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କର କାର୍ଯ୍ୟାବଳୀ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ଶ୍ରମ କଲ୍ୟାଣ ଯୋଜନାର ସୁଫଳ ଅଧିକରୁ ଅଧିକ ଶ୍ରମଜୀବୀଙ୍କ ନିକଟରେ ପହଂଚାଇବାକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ଆହ୍ୱାନ ଦେଇଥିଲେ।

ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ କହିଲେ ଯେ, ଏଯାବତ୍‌ ରାଜ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧିନରେ ୪୪ ଲକ୍ଷ ନିର୍ମାଣ ଶ୍ରମିକ ପଂଜୀକୃତ ହୋଇଥିବା ସ୍ଥଳେ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧିନରେ ପ୍ରାୟତଃ ୪ଲକ୍ଷ ଅଣସଂଗଠିତ ଶ୍ରମିକ ପଂଜୀକୃତ ହୋଇ ବିଭିନ୍ନ ସୁବିଧା ଓ ସହାୟତା ରାଶି ପାଇପାରୁଛନ୍ତିି । ଏହି ଦୁଇଗୋଟି ବୋର୍ଡ଼ ଅଧିନରେ କିପରି ଅଧିକରୁ ଅଧିକ ଯୋଗ୍ୟ ଶ୍ରମିକମାନେ ପଂଜୀକୃତ ହୋଇପାରିବେ ସେ ଦିଗରେ ଶ୍ରମ ଅଧିକାରୀମାନେ ଅଧିକ ଯତ୍ନଶୀଳ ହେବା ସହ ଶ୍ରମ ବିଭାଗର ଅଫିସ୍‌କୁ ଆସୁଥିବା ଶ୍ରମିକ ଭାଇଭଉଣୀମାନେ କିପରି ସମସ୍ତ ସୁବିଧା ସୁଯୋଗ ହଇରାଣ ହରକତ ନ ହୋଇ ବିନା ବାଧାବିଘ୍ନରେ ପାଇପାରିବେ, ସେ ଦିଗରେ ଦୃଷ୍ଟିି ଦେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ ।

- Advertisement -

ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ନିତିରନ୍‌ ସେନ୍‌ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଏସଆଇ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଅଶୋକ କୁମାର ପଣ୍ଡା ତାଙ୍କର ମତ ରଖିଥିଲାବେଳେ ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ରାଜେଶ୍‌ ଅଗ୍ରୱାଲ୍‌ଙ୍କ ସହିତ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories